ରଥଖଳାରେ ସେବାୟତ ହାତାହାତି
ପୁରୀ : ରଥ ନିର୍ମାଣ ପାଇଁ ରଥଖଳା ଏବେ ଚଳଚଞ୍ଚଳ । ରଥ କାମରେ ବିଶ୍ୱ କର୍ମା ମହାରଣା ନିୟୋଜିତ ହୋଇଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ପୁରୀ ଶ୍ରୀନହର ସ୍ଥିତ ରଥଖଳାରେ ଅଭାବନୀୟ ଦୃଶ୍ୟ। କୌଣସି କାରଣକୁ ନେଇ ରଥଖଳାରେ ଦୁଇ ବିଶ୍ଵକର୍ମା ସେବାୟତ ହାତାହାତି ହୋଇଛନ୍ତି। ତେବେ ହାତାହାତି ହେବାର କାରଣ ଅସ୍ପଷ୍ଟ ରହିଛି।
ହାତାହାତି ହୋଇଥିବା ଦୁଇ ସେବାୟତ ହେଉଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ର ଓ ସହଯୋଗୀ ମହାରଣା ରମେଶ ମହାପାତ୍ର। ରଥଖଳାରେ ପ୍ରାୟ ଅଧ ଘଣ୍ଟାଏ ଧରି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ରଥନିର୍ମାଣ କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ରଥଖଳାରେ ଏଭଳି ହାତାହାତି ହେବା ଘଟଣା ଏକ ନିନ୍ଦନୀୟ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି।
Powered by Froala Editor