ସାଢେ ୧୧ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ଆଜି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ବିଜେପି ଆଣିଥିବା ଦୁୂଇଟି ମୁଲତବୀ ପ୍ରଶ୍ନକୁ ବାଚସ୍ପତି ଜାଣିଶୁଣି ପ୍ରତ୍ୟାଖ୍ୟାନ କରିବା ପ୍ରତିବାଦରେ ବିଜେପି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ହଟ୍ଟଗୋଳ କରିଥିଲେ। ଏଣେ ଜାତୀୟ ରାଜପଥରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି ହୋବାଲ୍ଲା କରିଥିଲା। ଏହାପରେ ପୂର୍ବାହ୍ନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ମନ୍ତ୍ରୀ ବଡ଼ ନା ସଚିବ ବଡ଼। ୫-ଟି ସଚିବଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇବାକୁ ଚାହୁଁଥିଲା ବିଜେପି। ହେଲେ ଏହାକୁ ବାଚସ୍ପତି ଜାଣିଶୁଣି ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟ ସଚେଚତକ ମୋହନ ମାଝୀ।
Powered by Froala Editor