ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
ବାରିପଦା: ଜଣେ ପ୍ରେମୀ ଯୁଗଳ ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କରିଛନ୍ତି । ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ଦଉଡ଼ିରେ ଏପଟ ସେପଟରେ ଝୁଲୁଛନ୍ତି ଦୁଇଜଣ । ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଧାନଷୋଳ ଅଞ୍ଚଳର ଘଟଣା। ପ୍ରେମୀଯୁଗଳ ରସଗୋବିନ୍ଦପୁର ଥାନା ଦରଖୋଳି ଗ୍ରାମର ବାଉଳା ସିଂ ଓ ସୀମା ସିଂ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ରାସଗୋବିନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor