Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରୂପା ଆମଦାନୀ ଉପରେ କଟକଣା ଲାଗୁ କଲେ ସରକାର

  • ଟିଏମ୍‌ସି କୌଣସି ପରିସ୍ଥିତିରେ ମଣ୍ଡ ...

  • ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ...

  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ...

  • ରୁପା ଆମଦାନୀରେ କଟକଣା

  • ଆନ୍ଧ୍ର ସରକାରଙ୍କ ଘୋଷଣା: ୩ୟ ସନ୍ତାନ ହେଲେ ...

  • ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ

  • ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ...

  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ ...

  • ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ...

Home ›› ››ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼଼ିବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ

ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼଼ିବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ

2023-09-01 07:19:09
14352
Share:
Facebook
Twitter
E-Mail
WhatsApp
Telegram
ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼଼ିବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସରକାରୀ ମେଡିକାଲ୍‌‌ ଓ ଇଞ୍ଜିନିୟରିଂ କଲେଜରେ ପଢ଼଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ ଛାତ୍ରଛାତ୍ରୀ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼଼ିବେ। ସେମାନଙ୍କ ନାମଲେଖାଠାରୁ ଆରମ୍ଭ କରି ବହି କିଣିବା ପର୍ୟ୍ୟନ୍ତ ସମସ୍ତ ପଢ଼଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମଏମସିପିୱାଇ) ଅଧୀନରେ ଏହି ବର୍ଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ୍‌‌ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା(ଏମଏମସିପିୱାଇ)କୁ ମେଧାବୀ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅଧିକ ବ୍ୟାପକ କରାଯାଇଛି। ଚଳିତ ଶିକ୍ଷାବର୍ଷ(୨୦୨୩-୨୪)ରେ ନାମଲେଖାଇଥିବା ଏହି ବର୍ଗର ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼଼ିବେ। ପାଠପଢ଼଼ା ପାଇଁ ସେମାନଙ୍କ ଆଗରେ ଅର୍ଥ ବାଧକ ସାଜିବ ନାହିଁ। ନାମଲେଖାଠାରୁ ଆରମ୍ଭ କରି ବାର୍ଷିକ ଓ ସେମିଷ୍ଟର ଫି, ପରୀକ୍ଷା ଫି, ହଷ୍ଟେଲ ଫି’ ଆଦି ବାବଦୀୟ ଖର୍ଚ୍ଚ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବହନ କରିବ। ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଜନା ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏସ୍‌‌ସି, ଏସ୍‌‌ଟି ଛାତ୍ରଛାତ୍ରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସୂଚନା ମୁତାବକ, ଏମଏମସିପିୱାଇ ଅଧୀନରେ ମେଡିକାଲ୍‌‌ ଏବଂ ଇଞ୍ଜିନିୟରିଂ(ବି ଟେକ୍‌‌, ଏମ ଟେକ୍‌‌) ପଢ଼ୁଥିବା ଯୋଗ୍ୟ ଏସ୍‌‌ଟି ଏବଂ ଏସ୍‌‌ସି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି’ ଅନ୍ତର୍ଭୁକ୍ତ ହେବ। କୋର୍ସ ଫି’ରେ ନାମଲେଖା ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି(ଟ୍ୟୁସନ୍‌‌ ଫି’ ଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ହଷ୍ଟେଲ ନାମଲେଖା ଦେୟ ଏବଂ ବାର୍ଷିକ ହଷ୍ଟେଲ/ମେସ୍‌‌ ଚାର୍ଜ ଏବଂ ପାଠପଢ଼଼ା ବାବଦ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏପରିକି ବହି ଓ ଅଧ୍ୟୟନ ବାବଦ ସାମଗ୍ରୀ କୋଚିଂ/ଟ୍ୟୁଟୋରିଆଲ୍‌‌ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ ହେବ। ଅନୁଷ୍ଠାନର ଡିନ୍‌‌/ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ଜିଲ୍ଲାପାଳଙ୍କୁ ମଞ୍ଜୁରୀ ପରେ ସେମାନଙ୍କ ଅର୍ଥ ମଞ୍ଜୁର କରାଯିବ। ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା କାର୍ୟ୍ୟକାରୀ ହେବାକୁ ଥିବାବେଳେ ବିଭାଗକୁ ସମସ୍ତ ଯୋଗ୍ୟ ଏସ୍‌‌ଟି ଓ ଏସ୍‌‌ସି ଛାତ୍ରଛାତ୍ରୀଙ୍କ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପଠାଇବେ। ଏପରିକି ଚଳିତ ଶିକ୍ଷା ବର୍ଷରେ ନାମଲେଖା ବାବଦ ଫି’ ପୈଠ କରିଥିବା ଛାତ୍ରଛାତ୍ରୀଙ୍କୁ ଫି’ ଫେରସ୍ତ କରାଯିବ। ଜିଲ୍ଲାପାଳମାନଙ୍କ ଦ୍ୱାରା ସମସ୍ତ କାର୍ୟ୍ୟ ତ୍ୱରାନ୍ୱିତ ହେବାକୁ ଥିବାବେଳେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରୂପାରୋଶନ ସାହୁ ଚିଠି ଲେଖି ଅବଗତ କରିଛନ୍ତି।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  •  ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ
    ଦେଶ-ଦେଶାନ୍ତର

    ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ

    13908
    May 16, 2026
  • ଆନ୍ଧ୍ର ସରକାରଙ୍କ ଘୋଷଣା: ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର
    ଦେଶ-ଦେଶାନ୍ତର

    ଆନ୍ଧ୍ର ସରକାରଙ୍କ ଘୋଷଣା: ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର

    15521
    May 17, 2026
  • ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ

    13563
    May 17, 2026
  • ରୂପା ଆମଦାନୀ ଉପରେ କଟକଣା ଲାଗୁ କଲେ ସରକାର
    ଦେଶ-ଦେଶାନ୍ତର

    ରୂପା ଆମଦାନୀ ଉପରେ କଟକଣା ଲାଗୁ କଲେ ସରକାର

    14272
    May 17, 2026
  • ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ରାହୁଲଙ୍କ ଦାବି
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ରାହୁଲଙ୍କ ଦାବି

    13463
    May 17, 2026
  • ରୁପା ଆମଦାନୀରେ କଟକଣା
    ଦେଶ-ଦେଶାନ୍ତର

    ରୁପା ଆମଦାନୀରେ କଟକଣା

    14699
    May 17, 2026
  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା
    ଦେଶ-ଦେଶାନ୍ତର

    ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

    14833
    May 16, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....
    ବିଶେଷ

    ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15026
    May 17, 2026
  • ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ...
    ଦେଶ-ଦେଶାନ୍ତର

    ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ...

    14629
    May 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15026
    May 17, 2026
  • ଦେଶ-ଦେଶାନ୍ତର

    ରୁପା ଆମଦାନୀରେ କଟକଣା

    14699
    May 17, 2026
  • ଦେଶ-ଦେଶାନ୍ତର

    ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ

    13563
    May 17, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17479
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17529
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17915
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16363
    Apr 03, 2021

ବିଶେଷ

  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15026
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    14830
    May 15, 2026
  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

    15330
    May 14, 2026
  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    16042
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16212
    May 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15404
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15143
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15635
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13963
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆନ୍ଧ୍ର ସରକାରଙ୍କ ଘୋଷଣା: ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର

    15521
    May 17, 2026
  • ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ରାହୁଲଙ୍କ ଦାବି

    13463
    May 17, 2026
  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

    14833
    May 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In