ବଢ଼ିବ ଶୁଳ୍କ : ଏଭେରେଷ୍ଟ ଚଢ଼ିଲେ ଦେବେ ୧୨ ଲକ୍ଷ

ଏଭରେଷ୍ଟ ଚଢିବା ପାଇଁ ବିଦେଶୀ ନାଗରିକଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା । ୨୦୨୫ରୁ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ୯ ଲକ୍ଷ ଟଙ୍କା ବଦଳରେ ୧୨ ଲକ୍ଷ ୩୮ ହଜାର ଟଙ୍କା ଆଦାୟ କରିବେ ନେପାଳ ସରକାର । ୨୦୨୫ରୁ ମାଉଣ୍ଟ ଏଭରେଷ୍ଟ ଚଢ଼ିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ୧୨ ଲକ୍ଷ ୩୮ ହଜାର ଟଙ୍କାର ନୂଆ ରୟାଲଟି ଫି’ ଦେବାକୁ ପ୍ରସ୍ତାବ ଦେଇଛି ବୋଲି ନେପାଳ ସରକାରଙ୍କ ପର୍ଯ୍ୟଟକ ବିଭାଗର ମୁଖପାତ୍ର ଯୁବରାଜ ଖଟିୱାଡ଼ା କହିଛନ୍ତି।
ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିବା ପରେ ନୂଆ ଫି’ ଲାଗୁ ହେବ। ବିଦେଶୀ ପର୍ବତାରୋହୀମାନଙ୍କ ନିମନ୍ତେ ଶୁଳକ ବୃଦ୍ଧି କରିବାକୁ ନେପାଳ ସରକାର ପ୍ରସ୍ତାବ ଦେଇଥିଲେ ବି ନେପାଳର ପର୍ବତାରୋହୀମାନଙ୍କ ପାଇଁ ଏପରି କୌଣସି ପ୍ରସ୍ତାବ ଦିଆଯାଇନାହିଁ ।
ନେପାଳ ସରକାର କହିଛନ୍ତି ଯେ ଅନେକ ଏଜେନ୍ସି ୨୦୨୪ ପାଇଁ ବୁକିଂ ନେଇସାରିଛନ୍ତି, ତେଣୁ ସେମାନଙ୍କୁ ଏହି ଅତିରିକ୍ତ ସମୟ ଦିଆଯାଉଛି । ଏହି ଫି’ ବୃଦ୍ଧି ଦ୍ୱାରା ସରକାର କୁଲି, ଶ୍ରମିକ ଓ ଚଢ଼ିବା ପାଇଁ ଗାଇଡମାନଙ୍କ ବୀମା, ଦରମା ଓ ଅନ୍ୟାନ୍ୟ ସୁବିଧାରେ ଉନ୍ନତି ଆଣିବେ।
Powered by Froala Editor