ଦିଲ୍ଲୀ କାନ୍ଥରେ ଖଲିସ୍ତାନ ନାରା
ଦିଲ୍ଲୀର କେତୋଟି ମେଟ୍ରୋ ଷ୍ଟେସନ୍ ପାଚେରୀରେ ଖଲିସ୍ତାନ ସ୍ଲୋଗାନ୍ ଲେଖାଯାଇଛି। ଆସନ୍ତା 9-10ରେ ଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀ ଥିବାବେଳେ ଏପରି ନାରା ପୁଲିସକୁ ଚିନ୍ତାରେ ପକାଇଛି । ସୂଚନା ଅନୁସାରେ, ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ପଞ୍ଜାବୀ ବାଗ, ଶିବାଜୀ ପାର୍କ, ମଦିପୁର, ପଶ୍ଚିମ ବିହାର, ଉଦ୍ୟୋଗ ନଗର ଓ ମହାରାଜା ସୂରଜମଲ ଷ୍ଟାଡିୟମ୍ ମେଟ୍ରୋ ପାଚେରିରେ କଳା ରଙ୍ଗରେ ‘ଦିଲ୍ଲୀ ବନେଗା ଖଲିସ୍ତାନ୍’, ‘ଖଲିସ୍ତାନ ରେଫେରେଣ୍ଡମ୍ ଜିନ୍ଦାବାଦ୍’ ଆଦି ସ୍ଲୋଗାନ୍ ଲେଖାଯାଇଛି।
ଦିଲ୍ଲୀ ପୁଲିସ କହିଛି ଯେ, ଶିବାଜୀ ପାର୍କ ଓ ପଞ୍ଜାବୀ ବାଗ ସମେତ ଏକାଧିକ ମେଟ୍ରୋ ଷ୍ଟେସନ୍ରେ ଉପସ୍ଥିତ ଥିବା ନିଷିଦ୍ଧ ‘ଶିଖ୍ସ୍ ଫର୍ ଜଷ୍ଟିସ୍’ର (ଏସ୍ଏଫ୍ଜେ) କର୍ମୀମାନେ ଖଲିସ୍ତାନକୁ ସମର୍ଥନ କରି ଏହି ସ୍ଲୋଗାନ୍ ସବୁ ଲେଖିଛନ୍ତି। ଏସବୁ ନାରା କଳା ରଙ୍ଗରେ ଲେଖାଯାଇଛି। ଭାରତ ବିରୋଧୀ ନାରା ଲେଖା ଯାଇଥିବା ସମସ୍ତ ମେଟ୍ରୋ ଷ୍ଟେସନ ପଶ୍ଚିମ ଦିଲ୍ଲୀରେ ଅବସ୍ଥିତ।
ମେଟ୍ରୋ ‘ଡିସିପି’ କହିଛନ୍ତି ଯେ, ପାଚେରିରେ ଲିଖିତ ସ୍ଲୋଗାନ୍ଗୁଡ଼ିକୁ ଲିଭାଇ ଦିଆଯାଇଛି। ଏହି ଘଟଣାର ଅନୁସନ୍ଧାନ ନିମନ୍ତେ ଦିଲ୍ଲୀ ପୁଲିସର ‘ସ୍ପେସାଲ୍ ସେଲ୍’ ବିଭିନ୍ନ ସ୍ଥାନରେ ସଜାଗ ହୋଇଛି।
Powered by Froala Editor