୪ ଅତିରିକ୍ତ ଏସ୍ପିଙ୍କୁ ଏସ୍ପି ର୍ୟାଙ୍କ୍କୁ ପଦୋନ୍ନତି

ଭୁବନେଶ୍ୱର : ୪ଜଣ ଅତିରିକ୍ତ ଏସ୍ପିଙ୍କୁ ଏସ୍ପି ର୍ୟାଙ୍କ୍କୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ପଦୋନ୍ନତି ପରେ ସେମାନଙ୍କ ନୂତନ ସ୍ଥାନକୁ ବଦଳି କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେବୀଦତ୍ତ ବିଶ୍ୱରଞ୍ଜନ ମିଶ୍ରଙ୍କୁ ଏସ୍ପି ର୍ୟାଙ୍କୁକୁ ପଦୋନ୍ନତି ଦିଆଯିବା ପରେ ଭୁବନେଶ୍ୱର କମ୍ପ୍ୟୁଟର ଏସ୍ପି ଭାବେ ବଦଳି କରାଯାଇଛି। ସେ ଯାଜପୁର ଆଇୟୁସିଏଡବ୍ଲ୍ୟୁରେ ଅତିରିକ୍ତ ଏସ୍ପି ଭାବେ କାମ କରୁଥିଲେ।
ସେହିପରି ପଦୋନ୍ନତି ପାଇଥିବା ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଏସ୍ପି ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ଦେବଗଡ଼ ଏସ୍ପି ଭାବେ ବଦଳି କରାଯାଇଛି। ଭିଜିଲାନ୍ସର ଅଭିରିକ୍ତ ଏସ୍ପି କାମ କରୁଥିବା ତିଲୋଚନା ସ୍ୱାଇଁଙ୍କୁ କଟକ ଭିଜିଲାନ୍ସ ମୁଖ୍ୟାଳୟରେ ଏସ୍ପିଭାବେ ନୂଆ ନିଯୁକ୍ତି ମିଳିଛି। କମିସନରେଟ୍ ପୁଲିସରେ ଅତିରିକ୍ତ ଡିସିପି ଥିବା ରାଜେନ୍ଦ୍ର କୁମାର ସେନାପତିଙ୍କୁ କଟକ ଏଚ୍ଆରପିସି ଏସ୍ପି ଭାବେ ନିଯୁକ୍ତି ମିଳିଛି।
ସେହିପରି ଭୁବନେଶ୍ୱର ଟ୍ରାଫିକ୍-୨ ଏସିପି ଥିବା ସ୍ୱସ୍ତିକ୍ ପଣ୍ଡାଙ୍କୁ କଟକ ଜୋନ୍-୬ର ଏସିପି ଭାବେ ବଦଳି କରାଯାଇଥିବା ବେଳେ ସିପି ମୁଖ୍ୟାଳୟରେ ଥିବା ଏସିପି ଗୌତମ କିଶାନଙ୍କୁ ଭୁବନେଶ୍ୱର ଜୋନ-୫ର ଏସିପି ଭାବେ ନିଯୁକ୍ତି କରାଯାଇଛି। ସେହିପରି ସିପି ମୁଖ୍ୟାଳୟରେ ଥିବା କେ.କୋନଣ୍ଡାଡୋରା ହରି ପ୍ରସାଦଙ୍କୁ ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ୍କୁ ବଦଳି କରାଯାଇଥିବା ବେଳେ ଆଇବିରେ ଥିବା ଅଞ୍ଜନା ଟୁଡୁଙ୍କୁ ସିପି ମୁଖ୍ୟାଳୟକୁ ବଦଳି କରାଯାଇଛି।
Powered by Froala Editor