କାଳିମାଡ଼ ଘଟଣାରେ ଏହି ପ୍ରତିକ୍ରିୟା ରଖିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି । ଏଥିସହିତ ଘଟଣା ପଛରେ ଆଉ କେଉଁମାନେ ଅଛନ୍ତି, ସେନେଇ ଉଚିତ ତଦନ୍ତ ହେବା ଦରକାର ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଅନ୍ୟ ପକ୍ଷରେ କାଳିମାଡ଼ ଘଟଣା ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। ସୌମ୍ୟରଂଜନଙ୍କ ଆମ ଘର ହାଲଚାଲ ପରେ ଏହା ବିଜେଡିର ଏକ ପ୍ରାୟୋଜିତ କାର୍ୟ୍ୟ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ନବ ଦାସଙ୍କ ମୃତ୍ୟୁ ପରେ ପଣ୍ଡିଆନଙ୍କ ସୁରକ୍ଷାକୁ କଡ଼ା କରାଯାଇଛି। କୋଟିକୋଟି ଟଙ୍କା ତାଙ୍କ ପ୍ରତି ଖର୍ଚ୍ଚ ମଧ୍ୟ ହେଉଛି। ଏହାକୁ ନେଇ ଶାସକ ଦଳ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖା ପଣ୍ଡିଆନକୁ ଅଡ଼ୁଆରେ ପକାଉଛି। ଏଣୁ ଏପରି ଖେଳ ଖେଳିଛି ବିଜେଡି। ଏପରି କହିବାର ଅର୍ଥ ହେଉଛି ଯେ- ଯେତେବେଳେ ତାଙ୍କ ପ୍ରତିକ୍ରିୟା ସାଧାରଣ ଥିଲା। ସେ ହସୁଥିଲେ, ଯାହାକି ଅସ୍ବାଭାବିକ ଥିଲା। ଏହାସହ ସଙ୍ଗେ ସଙ୍ଗେ କିଛି ମହିଳା ତାଙ୍କ ପଣତରେ କାଳି ପୋଛି ଦେଉଥିଲେ। ତେବେ ଏହା କଣ ପ୍ରାୟୋଜିତ ନୁହେଁ? ଏହାସହ କାଳି ମାରିଥିବା ଯୁବକ ପୂର୍ବରୁ ବିଜେଡିରେ ସାମିଲ ଥିଲା। ତେଣୁ ଏହା ସମ୍ପୂର୍ଣ୍ଣ ଏକ ପ୍ରାୟୋଜିତ ଘଟଣା ।
ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ମୁଁ ଏହାକୁ ନାପସନ୍ଦ କରୁଛି। ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଯାଏ,ଅଗଣତାନ୍ତ୍ରିକ ଉପାୟରେ ଶାସନ ଚାଲେ ସେତେବେଳେ ଲୋକେ ପ୍ରତିବାଦ କରନ୍ତି। ପ୍ରତିବାଦ ସ୍ୱାଗତଯୋଗ୍ୟ,ଅହିଂସା ଉପାୟରେ କରିବା ଉଚିତ। ଅନୁସନ୍ଧାନ କଲେ ଏହା ପ୍ରାୟୋଜିତ କି ନୁହେ ତାହା ଜଣାପଡିବ।
ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ୍ ଦୁଇଦିନିଆ ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ସତ୍ୟବାଦୀରେ ପହଞ୍ଚିଥିଲେ। ସ୍ଥାନୀୟ ୟୁଜିଏସ୍ କଲେଜରେ ଆୟୋଜିତ କାର୍ୟ୍ୟକ୍ରମସ୍ଥଳକୁ ଯାଉଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବଡ଼ାଲ ନିବାସୀ ଭାସ୍କର ସାହୁ କାଳିମାଡ଼ କରିଥିଲେ।
Powered by Froala Editor