ସତ୍ୟବାଦୀ ଗସ୍ତ ସମୟରେ 5T ସଚିବଙ୍କୁ କାଳିମାଡ଼
5T ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ପୁରୀ ଜିଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗଦେବାକୁ ଯିବା ବେଳେ ଭାସ୍କର ସାହୁ ନାମକ ଯୁବକ ତାଙ୍କ ଉପରକୁ ସ୍ୟାହି ଫିଙ୍ଗିଥିଲେ। ସ୍ୟାହି ଭି. କେ. ପାଣ୍ଡିଆନ୍ଙ୍କ ମୁହଁରେ ପଡ଼ିବା ସହିତ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ମଧ୍ୟ ପଡ଼ିଥିଲା। ଭାସ୍କରଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ସତ୍ୟବଦୀ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଭାସ୍କର ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାକୁ ଗିରଫ କରିନେଇଛି ।
ସଚିବଙ୍କ ଉପରକୁ କାଳିମାଡ଼ ଘଟଣାରେ ରାଜ୍ୟ ସଚିବାଳୟ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ରାଜ୍ୟର ବିକାଶ ପାଇଁ ଫାଇଭ-ଟି ସଚିବ ଗ୍ରାଉଣ୍ଡରେ ଯାଇ କାମ କରୁଥିବା ବେଳେ ଏଭଳି ଆଚରଣ ଆଦୌ ସହ୍ୟ ନୁହେଁ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବଙ୍କୁ ନିବେଦନ କରାଯାଇଛି । ସେହିପରି ଏସଏଚଜି ମହିଳା ମାନେ ମଧ୍ୟ ଏଭଳି କାଳିମାଡକୁ ସମାଲୋଚନା କରିଛନ୍ତି ।
Powered by Froala Editor