ନୂଆଁଖାଇ ଲଗ୍ନ ଧାର୍ୟ୍ୟ

ବଲାଙ୍ଗିର : ନୂଆଁଖାଇ ଲଗ୍ନ ଧାର୍ୟ୍ୟ। ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ଵରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଲଗନ୍ ସମୟ ଧାର୍ୟ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ଲଗ୍ନରେ ମିଥୁନ ନବାଂଶରେ ଦିନ ୧୦.୨୮ ମିନିଟରୁ ୧୦ ଟା ୪୧ ମିନିଟ ଅମୃତ ବେଳା ରହିଛି। ଏହି ସମୟରେ ନବାନ୍ନ ଲାଗି ହେବ। ଏନେଇ ପଣ୍ଡିତ ମହାସଭା ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ଏହାକୁ ପ୍ରଶାଦ ଭାବେ ଶେବନ କରାଯାଇଥାଏ । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଲଗ୍ନ ବାହାରିଥାଏ ।
Powered by Froala Editor