ଚଢାଉ ବେଳେ ଏସଆଇଙ୍କୁ ଆକ୍ରମଣ କଲେ ନିଶା ମାଫିଆ

ଭୁବନେଶ୍ୱର: ଶିଶୁପାଳଗଡ଼ ରାସ୍ତାରେ ଚଢାଉ ବେଳେ ଧଉଳି ଥାନା ଏସଆଇ ରମେଶ ଭୋଳଙ୍କୁ ନିଶା ମାଫିଆମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଶୁକ୍ରବାର ରାତିରେ ରସୁଲଗଡ଼ ଠାରୁ କଳ୍ପନା ଛକ ପର୍ୟ୍ୟନ୍ତ ପୋଲିସ ଧର ପଗଡ଼ ଚାଲିଥିଲା। ସେପଟେ ଧଉଳି ଥାନା ଏସଆଇ ରମେଶ ଭୋଳ ନିଶା ମାଫିଆଙ୍କୁ ଧରିବା ପାଇଁ ଶିଶୁପାଳଗଡ଼ ରାସ୍ତାରେ ଚଢାଉ କରିଥିଲେ। ସାଙ୍ଗରେ ଅନ୍ୟ ଦୁଇଜଣ ଷ୍ଟାଫ୍ ମଧ୍ୟ ଥିଲେ। ହଠାତ୍ ନିଶା ମାଫିଆମାନେ ରମେଶଙ୍କ ଉପରକୁ ଆକ୍ରମଣ କରିଥିଲେ। ଯାହାଫଳରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
Powered by Froala Editor