ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି
ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି । ପ୍ରଥମ କୁଳପତିଭାବେ ସବିତା ପ୍ରଧାନଙ୍କୁ ନିଯୁକ୍ତ ଦେଲେ କୁଳାଧିପତି ତଥା ରାଜ୍ୟପାଳ । କୁଳପତି ଭାବେ ସବିତା ପ୍ରଧାନଙ୍କୁ ୨ ବର୍ଷ ନିଯୁକ୍ତି ପ୍ରଦାନ । ଏବେ ସବିତା ପ୍ରଧାନ ଶାନ୍ତି ନିକେତନ ବିଶ୍ୱଭାରତୀରେ ପ୍ରଫେସର ଅଛନ୍ତି।
୨୦୨୩-୨୪ରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ସାହିତ୍ୟ, ଭାଷାବିଜ୍ଞାନ, ଆଦିବାସୀ ଭାଷା ଓ ଐତିହ୍ୟ ବିଷୟରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ପିଲାମାନେ ଏକାକାଳୀନ ସ୍ନାତକୋତ୍ତର ଓ ପିଏଚ୍ଡି ଅଧ୍ୟୟନ କରିବେ। ପ୍ରତ୍ୟେକ ବିଭାଗରେ ୨୪ ଲେଖାଏଁ ମୋଟ୍ ୭୨ଟି ସିଟ୍ରେ ପାଠପଢ଼଼ା ଆରମ୍ଭ ହେବ। ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଚଶିକ୍ଷା ବିଭାଗ ବିଶେଷ ଗୁରୁତ୍ୱ ଦେଉଥିବାବେଳେ ଏଥି ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା।
ଏହା ସହିତ ଐତିହ୍ୟ ଅଧ୍ୟୟନ ଆଦି ୩ ପାଠ୍ୟକ୍ରମରେ ଚଳିତ ବର୍ଷରୁ ସମନ୍ୱିତ(ଇଣ୍ଟିଗ୍ରେଟେଡ୍) ଏମଏ-ପିଏଚ୍ଡି ଅଧ୍ୟୟନ କରିବେ। ନାମଲେଖା ପୂର୍ବରୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଏବଂ ଅନ୍ୟ ସମସ୍ତ ପ୍ରକ୍ରୟା ସାରିବା ପାଇଁ ବିଭାଗ ଗୁରୁତ୍ୱ ଦେଉଥିବା ଅତିରିକ୍ତ ସଚିବ କହିଥିଲେ।
Powered by Froala Editor