ଫେମିନା କଭର ଷ୍ଟୋରୀରେ ରାଷ୍ଟ୍ରପତି
ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫେମିନା ଅଗଷ୍ଟ ଏଡିସନ କଭର୍ ପେଜରେ ସ୍ଥାନ ଦେଇଛି । ଏଥିରେ ରାଷ୍ଟ୍ରପତିଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ବିଷୟରେ ଦର୍ଶାଯାଇଛି । ଟାଇମ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବିନୀତ ଜୈନା ରାଷ୍ଟ୍ରପତିଙ୍କୁ ଭେଟି ଏହାର ପ୍ରଥମ କପି ପ୍ରଦାନ କରିଛନ୍ତି ।
ସୂଚନାଥାଉ ଯେ, ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ପ୍ରଥମ ଆଦିବାସୀ ନୁହଁନ୍ତି, ବରଂ ୬୪ ବର୍ଷ ବୟସରେ ମୁର୍ମୁ ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ସର୍ବକନିଷ୍ଠ ତଥା ଭାରତର ପ୍ରଥମ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ପ୍ରଥମ ବ୍ୟକ୍ତି ଯିଏକି ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ପାଇଛନ୍ତି ।
ନିମ୍ନ ସ୍ତରରୁ ଯାଇ ଦେଶର ରାଷ୍ଟ୍ରପତି ପଦାସୀନ ହୋଇଥିବା ଦ୍ରୌପଦୀ ମୁର୍ମୁ 2022 ରେ ବହୁ ଚର୍ଚ୍ଚାରେ ଥିଲେ । 2022ରେ ଭାରତରେ ଗୁଗୁଲରେ ସବୁଠାରୁ ଖୋଜା ଯାଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦ୍ରୌପଦୀ ମୁର୍ମୁ ଅନ୍ୟତମ । ତେଣୁ ତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ଫେମିନା ସ୍ୱାଧୀନତା ଦିବସରେ ତାଙ୍କର କଭଲ ଷ୍ଟୋରୀ କରିଛି ।
Powered by Froala Editor