ଲଗାତାର ଭୂସ୍ଖଳନ : ଚାରିଧାମ ଯାତ୍ରା ସ୍ଥଗିତ

ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି। ପାହାଡ଼ରୁ ଅତଡ଼ା ଖସିବା ସହ ହେଉଛି ଭୁସ୍ଖଳନ । ଫଳରେ ଆଖି ପିଛୁଳାକେ ଚାଲି ଯାଉଛି ବହୁ ଜୀବନ । ସୋମବାର ଲଗାଣ ବର୍ଷା ଯୋଗୁ ବହୁ ବିଲ୍ଡିଂ ଧ୍ୱଂସ ହେବା ସହ ଭୂସ୍ଖଳନ ଯୋଗୁ ବଦ୍ରିନାଥ, କେଦାରନାଥ ଏବଂ ଗଙ୍ଗୋତ୍ରୀକୁ ଯାଇଥିବା ଜାତୀୟ ରାଜପଥ ଗୁଡ଼ିକ ଅବରୋଧ ହୋଇଛି। ଫଳରେ ଚାର୍ଧାମ ଯାତ୍ରାକୁ ୨ ଦିନ ପାଇଁ ସ୍ଥଗିତ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ବର୍ଷା ବିତ୍ପାତରେ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୫ ଜଣ ନିଖୋଜ ଅଛନ୍ତି। ଲଗାଣ ବର୍ଷାରେ ଡେରାଡୁନ୍ ଉପକଣ୍ଠରେ ଥିବା ଘରୋଇ ପ୍ରତିରକ୍ଷା ଟ୍ରେନିଂ ଏକାଡେମୀ ଭୁଶୁଡ଼ି ପଡ଼ିଛି। କେଦାରନାଥ ନିକଟରେ ଥିବା ଲିନଚୋଲିରେ ଭୂସ୍ଖଳନ ଯୋଗୁ ନେପାଳର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଋଷିକେଶର ଶିବମନ୍ଦିର ଏବଂ ମିରାନଗର ନିକଟରେ ପାଣିସୁଅରେ ଭାସିଯାଉଥିବା ୨ ମୃତଦେହ ମିଳିଛି। ସେହିପରି ପୌରି ଜିଲାର ଲକ୍ଷ୍ମଣଝୁଲା ଅଞ୍ଚଳରେ ଭୂସ୍ଖଳନ ଯୋଗୁ ୫ ଜଣଙ୍କ ପତ୍ତା ମିଳୁନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଥିବା ପୌରି ଏସ୍ଏସ୍ପି ଶ୍ୱେତା ଚୌବେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଥିବା କହିଛନ୍ତି। ତେଣୁ ଚାର୍ଧାମ ଯାତ୍ରାକୁ ୨ ଦିନ ପାଇଁ ସ୍ଥଗିତ ରଖାଯାଇଛି।
Powered by Froala Editor