ରାଉରକେଲାରୁ ଭୁବନେଶ୍ୱର ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ
ଭୁବନେଶ୍ୱର: ଖୁବ୍ ଶୀଘ୍ର ଓଡ଼ିଶାକୁ ମିଳିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ରାଉରକେଲାରୁ ଭୁବନେଶ୍ୱର ଯାଏଁ ଯାତ୍ରା କରିବ। ଏଥିଲାଗି ରୋଡଚାର୍ଟ ପ୍ରସ୍ତୁତ ହୋଇସାରିଛି। ଏନେଇ ଆଜି ଭୁବନେଶ୍ୱରରେ ଆଜି ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ।
ପୂର୍ବରୁ ମେ ୧୮ ତାରିଖରେ ପୁରୀରୁ ଗଡ଼ିଥିଲା ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା କୋଲକାତାକୁ ଯାତ୍ରା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ।
Powered by Froala Editor