ଭିଆଇପିଙ୍କ ଗାଡ଼ିରେ ଶୁଭିବ ବଂଶୀ, ତବଲା ଓ ଶଙ୍ଖ ସ୍ବର
ପୁନେ: ଭିଆଇପି ବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଗାଡ଼ିରେ ଲାଗିଥିବା ସାଇରନ୍କୁ ବନ୍ଦ କରିବା ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ବିଚାର କରୁଛନ୍ତି। ସେ କହିଛନ୍ତି ଯେ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ସାଇରନ୍ ବନ୍ଦ କରିବା ଜରୁରୀ। ଭିଆଇପିଙ୍କ ଲାଲ ବତି ଗାଡ଼ିରେ ବାଜୁଥିବା ସାଇରନ୍କୁ ବନ୍ଦ କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି। ଗାଡ଼ିର ହର୍ଣ୍ଣ ଓ ସାଇରନରୁ ଶୁଭୁଥିବା ବିକଟାଳ ଶବ୍ଦ ଉପରେ ରୋକ ଲଗାଇବାକୁ ମଧ୍ୟ ଗଡ଼କରୀ ଯୋଜନା ପ୍ରସ୍ତୁତ କରିଛନ୍ତି। ସେହି ସ୍ଥାନରେ ବଂଶୀ, ତବଲା ଓ ଶଙ୍ଖ ସ୍ବର ବ୍ୟବହାର କରିବା ଯୋଜନା ରହିଛି। ଏହା ଦ୍ବାରା ଶବ୍ଦ ପ୍ରଦୂଷଣକୁ ରୋକାଯାଇପାରି ବୋଲି ଗଡ଼କରୀ କହିଛନ୍ତି।
Powered by Froala Editor