ତରକାରୀ ଭଲ ହୋଇନଥିଲା ବୋଲି ପତ୍ନୀଙ୍କୁ ଜାଳି ଦେଲା ସ୍ୱାମୀ

ନୂଆଦିଲ୍ଲୀ: ଏକ ସାମାନ୍ୟ କଥାକୁ ନେଇ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନିଆଁ ଲଗାଇ ଜାଳି ଦେଇଥିବା ପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି।ମୃତ୍ୟୁ ପୂର୍ବରୁ ମହିଳାଜଣକ ଛାତି ତଳର କୋହକୁ ବଖାଣି ଆଖି ବୁଜିଛନ୍ତି। ମହିଳାଙ୍କ କହିବାନୁଯାୟୀ, ରବିବାର ସେ ରୋଷେଇ କରିଥିବା ବେଳେ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ମାତ୍ର ତରକାରୀ ଭଲ ହୋଇ ନ ଥିବା କହି ପିଟିବାକୁ ଲାଗିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ।ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଥିଲେ। ଏହାପରେ ସେମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କାନପୁର ରେଫର କରିଦେଲେ। ମାତ୍ର ବାଟରେ ହିଁ ମହିଳାଜଣକ ଆଖି ବୁଜିଦେଲେ।
ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ଜଣାଯାଇଛି।
Powered by Froala Editor