ବଜ୍ରଘାତରେ ଗଲା ଦୁୁଇ ଜୀବନ

ଯାଜପୁର : ଯାଜପୁର ସଦର ଥାନା ମାଳଆନନ୍ଦପୁର ପଞ୍ଚାୟତ ଅଧୀନ ମତବାଦ ଗ୍ରାମର ବଳରାମ ସାହୁ (୬୫) ବଜ୍ରଘାତରେ ପ୍ରାଣ ହରାଇଛନ୍ତି। ଗତକାଲି ବିଲ କାମ ସାରି ଘରକୁ ଫେରୁଥିବା ସମୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରୁ ବର୍ତ୍ତିବାକୁ ସେ ଧରିଥିବା ମାଣ୍ତିଆଟିକୁ ମୁଣ୍ଡରେ ଦେଇଥିଲେ। ଏହି ସମୟରେ ହଠାତ ବଜ୍ରପାତ ହେବାରୁ ସେହିଠାରେ ହିଁ ଟଳି ପଡ଼ିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
Powered by Froala Editor