ମହିଳାଙ୍କୁ ଦଳିଦେଲା ଜଙ୍ଗଲୀ ହାତୀ

ବାଣପୁର : ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ସୋମବାର ସକାଳୁ ଏଭଳି ଘଟଣା ଘଟିଛି। ମୃତକ ମହିଳା ଜଣକ ହେଲେ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳ ପୁଞ୍ଜିଆମା ଗ୍ରାମର ପାଣ୍ଡଵ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ (୩୫ ବର୍ଷ) ।
ସୂଚନା ମୁତାବକ ସକାଳ ବଡ଼ି ଭୋରରୁ ଏକ ଜଙ୍ଗଲୀ ହାତୀପଲ ମାଳ ପୁଞ୍ଜିଆମା ଗ୍ରାମରେ ଫସଲ ଖାଇବାକୁ ପଶିଥିଲେ। ରଞ୍ଜନା ସେହି ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବନ ବିଭାଗ ବାଣପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor