ସହିଦ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର ବରଗଡ଼ରେ
ବରଗଡ଼: ବରଗଡ଼ରେ ସହିଦ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସହିଦ ପୁଅକୁ ସଲାମି ଦିଆଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ରବିବାର ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଆର୍ମି ଶିବିରରୁ ଏୟାରଲାଇନ୍ସ ବିମାନ ଯୋଗେ ଦିନ ଗୋଟାଏରେ କୋଲକାତାକୁ ଅଣାଯାଇଥିଲା। ସେଠାରୁ ଅପରାହ୍ନ ୩ଟାରେ ଆମ୍ବୁଲାନ୍ସ ଯୋଗେ ସିଧାସଳଖ ରବିବାର ରାତିରେ ବରଗଡ଼ ଅଭିମୁଖେ ଓ ସୋମବାର ସକାଳୁ ନିଜ ଜନ୍ମମାଟି ବାଘପାଲି ଗାଁକୁ ଅଣାଯାଉଛି। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପୈତୃକ ଜମିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସଂପନ୍ନ ହେବ।
ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି (ସୁନା ଲରମ୍ଭା) ଗ୍ରାମର ନୀଳାଞ୍ଚଳ ପଟେଲ (୪୮ ବର୍ଷ) ଆସାମ ରାଇଫଲ୍ରେ ମଣିପୁରରେ କାର୍ଯ୍ୟରତ ଥିଲେ। ସେ ଶୁକ୍ରବାର ରାତିରେ ପାଟ୍ରୋଲିଂରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ସହିଦ ହୋଇଥିଲେ। ଖବର ପ୍ରଚାରିତ ହେବାମାତ୍ରେ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
Powered by Froala Editor