ଶିଶୁକନ୍ୟା କୋଳରେ ଥିଲା ଟେଡି, ବାହାରିଲା ପୁଳା ପୁଳା ମଦ

ବିହାରରେ ମଦ ବ୍ୟାନ କରାଯାଇଛି । ହେଲେ ମଦ ଚୋରାରେ ବିକ୍ରି ହେଉଛି । ଏଥିପାଇଁ ବେପାରୀ ଅଲଗା ଅଲଗା ଉପାୟ ବାହାର କରୁଛନ୍ତି । ଏପରିକି ବେପାରୀ ଏବେ କଣ୍ଢେଇ ଭିତରେ ବି ମଦ ବେପାର ଆରମ୍ଭ କରିଦେଲେଣି ।
ସାରଣ ଜିଲ୍ଲା ଉତ୍ତରପ୍ରଦେଶ ସୀମାରେ ଅବସ୍ଥିତ ମାଞ୍ଝି ଚେକପୋଷ୍ଟରେ ଯାଞ୍ଚ ସମୟରେ ଉତ୍ତରପ୍ରଦେଶର ଯାତ୍ରୀଙ୍କୁ ଧରି ଆସୁଥିବା ଏକ ଗାଡିର ଯାଞ୍ଚ ସମୟରେ ୭ରୁ ୮ ବର୍ଷର ନାବାଳିକାର କୋଳରେ ଏକ ବଡ ଟେଡି ବିୟର ନଜର ଆସିଥିଲା ।
ଯେତେବେଳେ ଯାଞ୍ଚ କର୍ମୀମାନେ ଏହି ଟେଡି ବିୟରକୁ ଉଠାଇଥିଲେ ସେତେବେଳେ ଏହା ବହୁତ ଭାରି ଲାଗିଥିଲା । ଏହାପରେ ସେମାନେ ଏହାକୁ ହ୍ୟାଣ୍ଡହେଲ୍ଡ ସ୍କାନରରେ ଯାଞ୍ଚ କରିଥିଲେ । ଏହାପରେ କିଛି ଆପତ୍ତିଜନକ ସାମଗ୍ରୀ ଥିବାର ଅନୁମାନ କରି ଏହାକୁ ପଛରୁ ଖୋଲିଥିଲେ । ଏଥିରେ ମଦର ବହୁ ଟେଟ୍ରା ପ୍ୟାକ ଭରି ହୋଇ ରହିଥିଲା । ମଦ ବେପାରୀ ନୀରିହ ଛୋଟ ଝିଆରୀ ହାତରେ ଏହି ଟେଡିକୁ ଧରାଇ ଦେଇଥିଲା ଯେପରିକି କାହାର ସନ୍ଦେହ ହେବ ନାହିଁ ।
Powered by Froala Editor