କରୋନାର ଭୟଙ୍କର ପରିଣାମ : ଠିଆ ହେବା ପରେ ନୀଳ ପଡ଼ିଗଲା ଗୋଡ଼

କରୋନାର ନୂଆ ଭାରିଆଣ୍ଟ ଏରିସ ଏବେ ଭୟଙ୍କର ହେଲାଣି । ଇତିମଧ୍ୟରେ ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । କରୋନା ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ରଙ୍ଗ ପୂରା ବଦଳିଯାଇଛି । ଦୀର୍ଘ ଦିନରୁ କରୋନାରେ ପୀଡିତ ଜଣେ ରୋଗୀ ମାତ୍ର ୧୦ ମିନିଟ ଠିଆ ହେବା ପରେ ତାଙ୍କ ଗୋଡ଼ର ରଙ୍ଗ ବଦଳି ଯାଇଥିବା ଦେଖାଯାଇଛି ।
ଠିଆ ହୋଇଥିବା ଅବସ୍ଥାରେ ହିଁ ତାଙ୍କ ଗୋଡ଼ ହଠାତ୍ ନୀଳ ରଙ୍ଗରେ ପରିବର୍ତ୍ତନ ହୋଇ ଯାଇଥିବା ଦେଖିବାକୁ ମିଳିଛି । କରୋନାର ଏହି ନୂଆ ଲକ୍ଷଣକୁ ନେଇ ଅଧିକ ତଥ୍ୟ ଆବଶ୍ୟକତା ରହିଥିବା କହିଛନ୍ତି ଭାରତୀୟ ଅନୁସନ୍ଧାନକାରୀ ଡା. ମନୋଜ ଶିଭନ୍ ।
ଜଣେ ୩୩ ବର୍ଷୀୟ ବ୍ୟକ୍ତି ଆକ୍ରୋସିୟାନୋସିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ରୋଗରେ ଆକ୍ରାନ୍ତ ଗୋଡ଼ରେ ରକ୍ତ ଜମାଟ ବାନ୍ଧିଥାଏ । ତେବେ ଠିଆ ହେବାର ଗୋଟିଏ ମିନିଟ ପରେ ତାଙ୍କ ଗୋଡ ପ୍ରଥମେ ଲାଲ୍ ରଙ୍ଗ ଏବଂ ଧିରେ ଧିରେ ଏହା ନୀଳ ରଙ୍ଗ ଧାରଣ କରିଥିଲା । ଏହା ସହିତ ଗୋଡ଼ର ଶିରାଗୁଡ଼ିକ ସ୍ପଷ୍ଟ ଦେଖାଯାଇଥିଲା । ତେବେ ଏହାପରେ ସେ ବସି ଯାଇଥିଲେ । ବସିବାର ମାତ୍ର ୨ ମିନିଟ ପରେ ଗୋଡ଼ ପୁଣି ପୂର୍ବାବସ୍ଥାକୁ ଫେରି ଆସିଥିଲା । କରୋନାରେ ପୀଡିତ ହେବା ପରଠାରୁ ଏଭଳି ପରିବର୍ତ୍ତନ ହୋଇଥିବା କହିଛନ୍ତି ଆକ୍ରାନ୍ତ ବ୍ୟକ୍ତି ।
Powered by Froala Editor