Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 08, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବ୍ୟକ୍ତିଗତ ତଥ୍ୟ ଲିକ୍ ହେଲେ ସଂସ୍ଥାକୁ ଗଣିବାକୁ ପଡ଼ିବ ୨୫୦ କୋଟି ଟଙ୍କା

ବ୍ୟକ୍ତିଗତ ତଥ୍ୟ ଲିକ୍ ହେଲେ ସଂସ୍ଥାକୁ ଗଣିବାକୁ ପଡ଼ିବ ୨୫୦ କୋଟି ଟଙ୍କା

2023-08-10 10:43:54
15171
Share:
Facebook
Twitter
E-Mail
WhatsApp
Telegram
ବ୍ୟକ୍ତିଗତ ତଥ୍ୟ ଲିକ୍ ହେଲେ ସଂସ୍ଥାକୁ ଗଣିବାକୁ ପଡ଼ିବ ୨୫୦ କୋଟି ଟଙ୍କା

ନୂଆଦିଲ୍ଲୀ: ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେଲେ ସଂସ୍ଥାକୁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। ତଥ୍ୟରେ ହେର‌ଫେର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ସଂସଦରେ ଗୃହୀତ ହୋଇଥିବା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ରେ ଏଭଳି ବ୍ୟବସ୍ଥା ରହିଛି। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ବେଳେ ବାଚନିକ ଭୋଟ୍‌ରେ ଏହି ବିଲ୍‌ ପାରିତ ହୋଇଛି। ସୋମବାର ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଘରୋଇ ଓ ସରକାରୀ ସଂସ୍ଥା କିଭଳି ନାଗରିକମାନଙ୍କ ତଥ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ କରିବେ ସେଥିପାଇଁ ବିଲ୍‌ରେ ବ୍ୟବସ୍ଥା ରହିଛି।

ବିଲ୍‌କୁ ଅତି ସରଳ ଭାଷାରେ ପ୍ରସ୍ତୁତ କରାଯାଇଥିବାରୁ ତାହାକୁ ସାଧାରଣ ନାଗରିକମାନେ ମଧ୍ୟ ସହଜରେ ବୁଝିପାରିବେ। ସେ କହିଛନ୍ତି ଯେ ଏହି ବିଲ୍‌ ଅନୁସାରେ ବିଭିନ୍ନ ସଂସ୍ଥା ଲୋକମାନଙ୍କ ତଥ୍ୟକୁ ଯେଉଁ କାରଣ ପାଇଁ ନେଇଛନ୍ତି କେବଳ ସେହି କାମରେ ବ୍ୟବହାର କରିପାରିବେ। ଅନ୍ୟ କାର୍ଯ୍ୟରେ ତଥ୍ୟ ବ୍ୟବହାର କଲେ ତାହାକୁ ଆଇନର ଉଲ୍ଲଂଘନ ବିଚାର କରାଯିବ। ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ତଥ୍ୟ ସୁରକ୍ଷା ବୋର୍ଡ ଗଠନ କରାଯିବ। ସେଥିରେ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯିବ। ବୋର୍ଡରୁ ନ୍ୟାୟ ନମି‌ଳିଲେ ଲୋକମାନେ ଟିଡିସାଟ୍‌ ଓ ସୁପ୍ରିମ୍‌ କୋର୍ଟରେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି। ନାଗରିକମାନଙ୍କ ସ୍ବାର୍ଥର ସୁରକ୍ଷା ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ ବୋଲି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ଏହି ବିଲ୍‌ ନବସୃଜନ ଅର୍ଥନୀତି ଓ ପ୍ରଶାସନକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି। 

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ରେ ଏଭଳି ବ୍ୟବସ୍ଥା ରହିଛି ଯାହା ଦ୍ବାରା ନାଗରିକମାନଙ୍କ ସ୍ବାର୍ଥର ସୁରକ୍ଷା ‌ହୋଇପାରିବ ଏବଂ ସେହି ତଥ୍ୟକୁ ଆଇନଗତ ଭାବେ ବାଣିଜ୍ୟିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରଯାଇପାରିବ। ଅନ୍‌ଲାଇନ୍ ସଂସ୍ଥାଗୁଡ଼ିକ ଦ୍ବାରା ଲୋକମାନଙ୍କ ତଥ୍ୟର ଯେଉଁ ଅପବ୍ୟବହାର ହେଉଛି ତାହାକୁ ରୋକିବା ଲାଗି ଏଥିରେ ପ୍ରୟାସ କରାଯାଇଛି। ଛଅ ବର୍ଷ ପୂର୍ବେ ସୁପ୍ରିମ୍‌ କୋର୍ଟ ‘ଗୋପନୀୟତାର ଅଧିକାର’କୁ ମୌଳିକ ଅଧିକାର ବୋଲି କହିଥିଲେ। 

Powered by Froala Editor

Tags personal data safety bill

Related articles Odisha News Lens 4.1

  • ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ
    ଦେଶ-ଦେଶାନ୍ତର

    ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ

    13660
    Jun 06, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା
    ବିଶେଷ

    ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14746
    Jun 07, 2025
  • ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍
    ଦେଶ-ଦେଶାନ୍ତର

    ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14753
    Jun 07, 2025
  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !
    ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15363
    Jun 07, 2025
  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର
    ଦେଶ-ଦେଶାନ୍ତର

    ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15496
    Jun 07, 2025
  • ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ
    ଅପରାଧ

    ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

    14637
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା
    ବିଶେଷ

    ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15410
    Jun 07, 2025
  • ରେଖା ଗୁପ୍ତାଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ରେଖା ଗୁପ୍ତାଙ୍କୁ ହତ୍ୟା ଧମକ

    13507
    Jun 07, 2025
  • ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15077
    Jun 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶିq

    14781
    Jun 07, 2025
  • ଦେଶ-ଦେଶାନ୍ତର

    ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15077
    Jun 07, 2025
  • ବିଶେଷ

    ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14746
    Jun 07, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16649
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16945
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15476
    Apr 03, 2021

ବିଶେଷ

  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14746
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15410
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15270
    Jun 06, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14827
    Jun 06, 2025
  • ଅଧା କପ୍‌ ବିଟ୍‌ ରସର କରାମତି

    14020
    Jun 04, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15693
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16313
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14020
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14815
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15496
    Jun 07, 2025
  • ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

    14637
    Jun 07, 2025
  • ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14753
    Jun 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In