ମାନବିକତାର ପରିଚୟ ଦେଲେ ରାହୁଲ ଗାନ୍ଧି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି। ସେ ବର୍ତ୍ତମାନ ସୋଶାଲ ମିଡିଆରେ ଛାଇ ଯାଇଛନ୍ତି। ଆଜି ୧୦ ଜନପଥରୁ ଲୋକସଭା ଅଭିମୁଖେ ଯାଉଥିବାବେଳେ ଜଣେ ବ୍ୟକ୍ତି ଏକ ଛୋଟ ଦୁର୍ଘଟଣାରେ ସ୍କୁଟରରୁ ପଡିଯାଇଥିବା ଦେଖିଥିଲେ । ତେବେ ଅନ୍ୟମାନଙ୍କ ପରି ସେ ସେଠାରୁ ଚାଲି ନଯାଇ ନିଜ ଗାଡି ଅଟକାଇଥିଲେ । ଗାଡିରୁ ଓହ୍ଲାଇ ସେ ପଡିଯାଇଥିବା ଲୋକଙ୍କ ନିକଟକୁ ଯାଇଥିଲେ । ସ୍କୁଟର ଆରୋହୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ । ସ୍କୁଟର ଆରୋହୀଜଣକ ସୁସ୍ଥ ଥିବା ସେ ଜାଣିବାକୁ ପାଇିଥିଲେ । ପରେ ରାହୁଲ ହ୍ୟାଣ୍ଡସେକ କରି ସଂସଦ ଅଭିମୁଖେ ବାହାରିଥିଲେ ।
ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ପୂର୍ବରୁ ହିଁ ରାହୁଲ ଗାନ୍ଧି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ। ଭାଷଣ ପରେ ସେ ଆହୁରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି।
କଂଗ୍ରେସ ପକ୍ଷରୁ ଘଟଣା ବେଳର ଭିଡିଓକୁ ଟ୍ୱିଟ କରାଯାଇଛି ଓ ଏହାର କ୍ୟାପସନ ଜନନାୟକ ରଖାଯାଇଛି। ଏହାକୁ ଅନେକ ଲୋକ ପ୍ରଶଂସା କରିବା ସହ ରାହୁଲ ଗାନ୍ଧି ହୃଦୟ ଜିତିବାକୁ ସକ୍ଷମ ହୋଇଥିବା କହିଛନ୍ତି।
Powered by Froala Editor