ବିଚ୍ ରାସ୍ତାରେ କନଷ୍ଟେବଳଙ୍କୁ ମାଡ଼, ଭିଡିଓ ଭାଇରାଲ
ବିଚ୍ ରାସ୍ତାରେ ଡିୟୁଟିରେ ଥିବା ବେଳେ ପୁଲିସକର୍ମୀଙ୍କୁ ମାଡ଼ ମାରିଛନ୍ତି ମହିଳା। ତେବେ ଭିଡିଓଟି କେଉଁ ଦିନର ଏବଂ କାହିଁକି ମହିଳାଜଣକ ଏଭଳି ମାଡ଼ ମାରୁଛନ୍ତି, ତାହାର କାରଣ ସାମ୍ନାକୁ ଆସିପାରି ନାହିଁ।
ଭାଇରାଲ ଭିଡିଓରେ ମହିଳା ନିଜ କାରକୁ ରାସ୍ତା ମଝିରେ ଠିଆ କରି ଜଣେ ଟ୍ରାଫିକ ପୁଲିସ କନଷ୍ଟେବଳଙ୍କ ସହ ଝଗଡ଼ା କରୁଛନ୍ତି। ଝଗଡ଼ା ବଢ଼ିବାରୁ ମହିଳାଜଣକ ପୁଲିସକର୍ମୀଙ୍କୁ ଚାପୁଡ଼ା ମାରୁଛନ୍ତି। ମହିଳା ଚାପୁଡା ମାରିଥିଲେ ବି ଚୁପ ହୋଇ ଛିଡ଼ା ହୋଇଛନ୍ତି ପୁଲିସକର୍ମୀ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ମହିଳାଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ସେ ଜୋରରେ ପାଟି କରି ନିଜ କାର ପାଖକୁ ଯାଉଛନ୍ତି।
Powered by Froala Editor