କୋଟିପତି ଷ୍ଟୋର କିପର, ୧୦ କୋଟି ସମ୍ପତ୍ତି ଜବତ

ମଧ୍ୟପ୍ରଦେଶର ଜଣେ କୋଟିପତି ମେଡିକାଲ ଷ୍ଟୋର କିପରଙ୍କୁ ଧରିଛି ଲୋକାୟୁକ୍ତ ଟିମ୍ । ସୂଚନା ଅନୁଯାୟୀ, ଆଶିଫ ଅଲ୍ଲୀ ରାଜଗଡ଼ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟୋର କିପର ଭାବେ ନିୟୋଜିତ ଥିଲେ । ଅବସର ବେଳକୁ ତାଙ୍କ ଦରମା ୪୫ ହଜାର ଟଙ୍କା ଥିଲା। ମାତ୍ର ଏବେ ଘରେ ଛାନଭିନ କରିବାରୁ ବାବୁଜଣକ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିର ମାଲିକ ବୋଲି ଜଣାଯାଇଛି। ଘରୁ ସୁନା, ରୂପା ସାଙ୍ଗକୁ ପୁଳା ପୁଳା କ୍ୟାଶ୍ ବି ବାହାରିଛି ।
ଆଶିଫଙ୍କ ଘରୁ ୪୬ ଲକ୍ଷ ଟଙ୍କାର ଗହଣା ସାଙ୍ଗକୁ ୨୦ ଲକ୍ଷ ଟଙ୍କା କ୍ୟାଶ୍ ବି ମିଳିଲା। ଆଶିଫ ଅଲ୍ଲୀଙ୍କ ବାଦ ତାଙ୍କ ପତ୍ନୀ, ପୁଅ, ଝିଅଙ୍କ ନାଁରେ ୧୬ଟି ପ୍ରପଟି ଥିବା ଜଣାଯାଇଛି। ଏହାବାଦ ଆଶିଫ ଅଲ୍ଲୀଙ୍କର ଏକ ୧୪ ହଜାର ସ୍କୋୟାର ଫୁଟର ଏକ ଶପିଂ କମ୍ପ୍ଲେକ୍ସ ରହିଛି। ସେହିପରି ଏକ ୩ ତାଲା ଘର ବି ରହିଛି। ଏହାର ସୂଚନା ମିଳିବା ପରେ ପୁଲିସ୍ ଭୋପାଳ, ବିଦିଶା ଆଦି ସ୍ଥାନରେ ଚଢ଼ାଉ କରୁଛି।
Powered by Froala Editor