ବାପାର ପେନସନ ଟଙ୍କା ପାଇଁ ଝିଅର ଚକ୍ରାନ୍ତ : ନିଜକୁ ପତ୍ନୀ ବୋଲି କହି ୧୨ ଲକ୍ଷ ନେଇଗଲା

ଟଙ୍କା ପାଇଁ ଏତେ ତଳକୁ ବି ଯାଇପାରେ ମଣିଷ । ହଁ ଏଠି ଆମେ ଜଣେ ଝିଅ କଥା କହୁଛୁ, ଯିଏକି ବାପାର ପେନସନ ଟଙ୍କା ହଡ଼ପ କରିବାକୁ ସ୍ତ୍ରୀର ପରିଚୟ ଦେଇଥିଲା । ଘଟଣାଟି ଉତ୍ତରପ୍ରଦେଶ ଆଲିଗଡର । ଆଲିଗଞ୍ଜ ପୋଲିସ୍ ଷ୍ଟେସନରେ ମୋହସିନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ସୂଚନା ଅନୁସାରେ, ମୋହସିନା ପରଭେଜ (୩୬)ଙ୍କ ବାପା ୱାଜାହତ ଉଲ୍ଲା ଖାନଙ୍କର ଜାନୁୟାରୀ ୨, ୨୦୧୩ରେ ମୃତ୍ୟୁ ଘଟିଥିଲା। ସେ ଉତ୍ତର ପ୍ରଦେଶ ସରକାରରେ ରାଜସ୍ୱ କିରାଣୀ ବାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅବସର ମଧ୍ୟ ହୋଇ ସାରିଥିଲା। ଏହାପରେ ମୋହସିନା ପିତାଙ୍କ ପେନସନକୁ କିପରି ଉଠାଣ କରିବେ ସେଥିପାଇଁ ଯୋଜନା କରିଥିଲେ। ସେ ନିଜକୁ ପିତାଙ୍କ ପତ୍ନୀ ଭାବେ ଦର୍ଶାଇ ସମସ୍ତ ଡକ୍ୟୁମେଣ୍ଟ୍ ଯୋଗାଡ଼ କରିଥିଲେ।
ମୋହସିନା ୨୦୧୭ରେ ଫାରୁକ୍ ଅଲିଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କରେ ଫାଟ ହୋଇଯିବାରୁ ଦୁହେଁ ଅଲଗା ରହୁଥିଲେ। ଏ ବାବଦରେ ଫାରୁକ୍ ଜାଣି ଗତବର୍ଷ ଥାନାରେ ଅଭିଯୋଗ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋହସିନା ମାସିକ ୧୦ ହଜାର ହିସାବରେ ୧୨ ଲକ୍ଷ ଟଙ୍କା ପେନସନ୍ ଆଣି ସାରିଛନ୍ତି।
Powered by Froala Editor