କରୋନାର ନୂଆ ଭାରିଆଣ୍ଟ ଏରିସ୍

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ବ୍ରିଟେନ୍ରରେ ଖେଳିଲାଣି ଆତଙ୍କ । ସେଠାରେ ଜନ୍ମ ନେଇଛି ନୂଆ ଭାରିଆଣ୍ଟ । EG.5.1 ଯାହାର ନାମ ଏରିସ୍ । ଆଉ କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତାରେ ବିଶେଷଜ୍ଞ ।
ଗତ ମାସରେ ବ୍ରିଟେନରେ ଏହା ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା । ସେବେଠାରୁ ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଇଂଲଣ୍ଡର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏହି ନୂତନ ପ୍ରକାର ଭାରିଆଣ୍ଟ ୫.୧ । ଜୁନ୍ ମାସରେ ପ୍ରଥମେ ୫.୧ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଏହା ଦେଶରେ ଦ୍ରୁତ ଗତିରେ ବ୍ୟାପିଛି ।
Powered by Froala Editor