ଗାୟକ ଗୁମାଦି ବିଠଲ ରାଓଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତୀୟ ଲୋକପ୍ରିୟ କବି ତଥା ଗାୟକ ଗୁମାଦି ବିଠଲ ରାଓଙ୍କର ଗତ ରବିବାର ଦିନ ପରଲୋକ ହୋଇଛି । ଏ ସମ୍ପର୍କରେ ତେଲେଙ୍ଗାନା କଂଗ୍ରେସ ତାର ଅଫିସିଆଲ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ହୃଦରୋଗରେ ପୀଡିତ ହୋଇ ଆପୋଲୋ ହସ୍ପିଟାଲରେ ଚିକିସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ସେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଗଦର ଲୋକପ୍ରିୟ କବି ଭାବେ ମଧ୍ୟ ପରିଚିତ । ଏହା ସହ ଗୁମାଦିଙ୍କ ସ୍ୱର ତେଲେଙ୍ଗାନାର ଆତ୍ମାକୁ ପ୍ରତିଧ୍ୱନିତ କରୁଥିଲା । ଗୁମାଦିଙ୍କ ଗୀତ ଓ ଭାଷଣରେ ଉଦ୍ବୁଦ୍ଧ ହୋଇ ତେଲେଙ୍ଗାନାର ବହୁ ଗ୍ରାମୀଣ ଯୁବକ ମାଓବାଦୀ ଆନ୍ଦୋଳନ ତଥା ତେଲେଙ୍ଗାନା ବିଛିନ୍ନତାବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ ।
Powered by Froala Editor