ମା’ର ବଏଫ୍ରେଣ୍ଡ ପୋଲରୁ ଠେଲିଦେଲା : ପାଇପ୍ ଧରି ବଞ୍ଚିଗଲେ ନାବାଳିକା
ଆନ୍ଧ୍ରପ୍ରଦେଶରେ ଜଣେ ମହିଳାଙ୍କ ବଏଫ୍ରେଣ୍ଡ ହତ୍ୟା ଉଦ୍ୟମ କରିଛି । ସେ ମହିଳାଙ୍କ ସମେତ ପୂରା ପରିବାରକୁ ପୋଲରୁ ଠେଲି ମାରି ଦେବାକୁ ଚାହିଁଥିଲା । ହେଲେ ସୌଭାଗ୍ୟବଶତଃ ନାବାଳିକା ଜଣକ ପୋଲରେ ଥିବା ପାଇପ୍ ଧରି ପୁଲିସକୁ ଫୋନ କରିଥିଲା । ଯେଉଁଥିପାଇଁ ତାର ଜୀବନ ବଞ୍ଚିଯାଇଛି ।
ପୁଲିସ୍ ଦ୍ୱାରା ଉଦ୍ଧାର ହୋଇଥିବା ଝିଅଟିର ନାଁ କୀର୍ତ୍ତନା (୧୦)। ସେ ଗୁଣ୍ଟୁର ଜିଲ୍ଲାର ତାଡ଼େପଲ୍ଲୀର ବାସିନ୍ଦା। ତାଙ୍କ ମା’ଙ୍କ ନାଁ ପୁପ୍ପଲା ସୁହାସିନୀ (୩୬) ଓ ଭଉଣୀଙ୍କ ନାଁ ଜର୍ସି (୧)। ତାଙ୍କ ମା’ଙ୍କ ଲିଭ୍-ଇନ୍ ପାର୍ଟନର ତଥା ବଏଫ୍ରେଣ୍ଡଙ୍କ ନାଁ ଉଲବା ସୁରେଶ।
ରବିବାର ଉଲବା ସେମାନଙ୍କୁ କାରରେ ରାଜମହେନ୍ଦ୍ରବରମ (ରାଜମଣ୍ଡ୍ରୀ) ବୁଲାଇବାକୁ ନେଇଥିଲେ। ରାତିପ୍ରାୟ ସାଢ଼େ ୩ଟା ବେଳେ ସେମାନେ ରାବୁଲାପାଲେମ ବ୍ରିଜ୍ରେ ଅଟକି ଥିଲେ। ସେଲ୍ଫି ନେବା ପାଇଁ କହି ଉଲବା କାର ରଖିଥିଲେ। ହେଲେ ସେମାନେ କିଛି ବୁଝିବା ଆଗରୁ ଉଲବା ସେମାନଙ୍କୁ ବ୍ରିଜ୍ରୁ ଗୋଦାବରୀ ନଦୀକୁ ଠେଲି ଦେଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ। ସେ ପ୍ଲାଷ୍ଟିକ ପାଇପକୁ ଧରି ବ୍ରିଜ୍ରେ ଝୁଲି ରହିଥିବା ବେଳେ ତାଙ୍କ ମା ଓ ବର୍ଷକର ଭଉଣୀ ନଦୀରେ ପଡ଼ିଯାଇଥିଲେ।
Powered by Froala Editor