ଗୋଟିଏ ଦିନ ପାଇଁ ଡେଲିଭରି ବଏ ହେଲେ ଜୋମାଟୋ ସିଇଓ

ବେଙ୍ଗାଲୁରୁ: ଲୋକଙ୍କ ଘରେ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଜୋମାଟୋର ସିଇଓ ଦିପେନ୍ଦ୍ର ଗୋୟଲ ଗୋଟିଏ ଦିନ ପାଇଁ ଡେଲିଭରି ବଏ ଭାବେ କାର୍ଯ୍ୟ କରିଛନ୍ତି। ଏତେ ବଡ଼ ପଦରେ ଥିଲେ ମଧ୍ୟ ସେ ବାଇକ୍ ଧରି ଓ ଡେଲିଭରି ବଏଙ୍କ ଭଳି ଜୋମାଟୋ ଲେଖାଥିବା ଲାଲ ଗଞ୍ଜି ପିନ୍ଧି ଓ ପିଠିରେ ଖାଦ୍ୟ ଭର୍ତ୍ତି ବ୍ୟାଗ୍ ଲଦି ଗ୍ରାହକଙ୍କ ନିକଟକୁ ଯାଇଥିଲେ।
ବନ୍ଧୁତା ଦିବସକୁ ପାଳନ କରିବା ଲାଗି ସେକିଛି ଗ୍ରାହକ, ଡେଲିଭରି ସହଯୋଗୀ ଓ ରେସ୍ତୋରାଁ ସହଯୋଗୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇଥିଲେ। ତାଙ୍କୁ ଫ୍ରେଣ୍ଡ୍ସିପ୍ ବ୍ୟାଣ୍ଡ୍ ମଧ୍ୟ ଦେଇଥିଲେ। ଆଜିର ଦିନକୁ ସେ ନିଜ ଜୀବନର ସବୁଠୁ ଶ୍ରେଷ୍ଠ ରବିବାର ଭାବେ ବର୍ଣ୍ଣନା କରିଛନ୍ତି।
Powered by Froala Editor