ପାକିସ୍ତାନରେ ଟ୍ରେନ୍ ଲାଇନଚ୍ୟୁତ : ୨୨ ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ପାକିସ୍ତାନର ଶାହଜାଦପୁର ଓ ନଓ୍ବାବଶାହ ମଧ୍ୟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ହଜାରା ଏକ୍ସପ୍ରେସର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ମୋଟ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଲୋକ ଆହତ ଥିବା ଜଣାପଡ଼ିଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସହାରା ରେଲୱେ ଷ୍ଟେସନ ନିକଟରେ ହୋଇଛି । ଏହି ଷ୍ଟେସନ ଶହଜାଦପୁର ଏବଂ ନୱାବଶାହ ମଧ୍ୟରେ ରହିଛି । ଟ୍ରେନ କରାଚୀରୁ ପଞ୍ଜାବ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ନୱାବ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଟ୍ରେନର ଲାଇନଚ୍ୟୁତ୍ ହେବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅଧିକରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ପାକିସ୍ତାନୀ ରେଲୱେର ଡିଭିଜନଲ ସୁପରିଟେଣ୍ଡେଣ୍ଟ ସୁକୁର ହମମ୍ମଦୁର ରହମାନଙ୍କ କହିବା ଅନୁସାରେ ୧୦ ବଗି ଚାଇନଲ୍ୟୁତ ହୋଇଛି । ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲି ଶାହ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
Powered by Froala Editor