ବମ୍ବେ ହାଇକୋର୍ଟ ବିଚାରପତିଙ୍କ ଇସ୍ତଫା ଘୋଷଣା

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓ ଅଦାଲତ ରୁମରେ ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି। ତେଣୁ ନିଜ ପଦରୁ ଇସ୍ତଫା ଦେଉଛି। ରୋହିତ ଦେଓ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ କାର୍ଯ୍ୟରତ ଥିଲେ।
ସୂଚନା ଅନୁସାରେ ଗତକାଲି କୋର୍ଟ ରୁମ୍ରେ ଓକିଲଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଭିଡ଼ ଜମିଥିବାବେଳେ ସେଠାରେ ଉପସ୍ଥତ ଜଷ୍ଟିସ୍ ରୋହିତ ଦେଓ ନିଜ ଇସ୍ତଫା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଆତ୍ମସମ୍ମାନରେ ଆଞ୍ଚ ଆସିବାରୁ ସେ ଏପରି କଠୋର ପଦକ୍ଷେପ ନେଇଥିବା କହିଥିଲେ। ଜଷ୍ଟିସ୍ ଦେଓ ୨୦୧୭ ମସିହାରେ ବମ୍ବେ ହାଇକୋର୍ଟ ଜଜ ଭାବେ ଯୋଗ ଦେଇଥିଲେ। ସେ ୨୦୨୫ରେ ଅବସର ନେଇଥାନ୍ତେ।
Powered by Froala Editor