ଗୁଳି ବିନିମୟ: ୩ ଯବାନ ସହିଦ
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।
ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବଳ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ହାଲାନ୍ ଅରଣ୍ୟାଞ୍ଚଳ ଉପର ପ୍ରାନ୍ତରେ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ, ସେଠାରେ ଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ସୁରକ୍ଷା ବଳ ପାଲଟା ଗୁଳି ଚାଳନା କଲା। ଫଳରେ ଏନକାଉଣ୍ଟର୍ର ଜୋରଦାର ହେଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଗୁଳି ବିନିମୟ ସମୟରେ ସେନାର ୩ଜଣ ଯବାନ ଆହତ ହୋଇଥିଲେ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ନିଧନ ହୋଇଛି ।
Powered by Froala Editor