ବନ୍ୟା ପାଇଁ ଧାମନଗର ବ୍ଲକର ସମସ୍ତ ସ୍କୁଲ ବନ୍ଦ
ଭଦ୍ରକ: ଉପର ମୁଣ୍ଡରୁ ବନ୍ୟା ଜଳ ଖସୁଛି କିନ୍ତୁ ତଳ ମୁଣ୍ଡରେ ଏବେ ବି ବନ୍ୟା ପରିସ୍ଥିତିରେ ସୁଧାର ଆସୁନାହିଁ । ଭଦ୍ରକ ଜିଲ୍ଲାର ଧାମନଗର , ଭଣ୍ଡାରିପୋଖରୀ ଓ ତିହିଡି ବ୍ଲକରେ ଏବେ ମଧ୍ୟ ବହୁ ଗାଁ ଜଳବନ୍ଦୀ । ଆଖୁଆପଦା ଆନିକଟ ଠାରେ ବୈତରଣୀ ବିପଦ ସଂକେତ ତଳକୁ ଖସିଛି । ବିପଦ ସଂକେତ ୧୭.୮୩ ଥିବା ବେଳେ ଏବେ ୧୭.୪୧ରେ ପ୍ରବାହିତ ହେଉଛି ବୈତରଣୀ ।
ବନ୍ୟା ପାଇଁ ଧାମନଗର ବ୍ଲକର ସମସ୍ତ ସ୍କୁଲ ବନ୍ଦ । ଅନ୍ୟ ବ୍ଲକ ଗୁଡିକ ରେ ବନ୍ୟା ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ବ୍ଲକ ଶିକ୍ଷଧିକାରୀ । ସ୍ଥିତି ଭଲ ନଥିଲେ ସ୍କୁଲ ବନ୍ଦ କରିପାରିବେ । ଭାରପ୍ରାପ୍ତ ଶିକ୍ଷଧିକାରୀ ଦୀପକ ପାଢ଼ୀ ସୂଚନା ଦେଇଛନ୍ତି । । ଜିଲ୍ଲା ପ୍ରଶାସନ ତରଫରୁ ବନ୍ୟା ପୀଡିତ ଓ ପ୍ରଭାବିତ ଅଞ୍ଚଳ ବିଷୟ ରେ ସୂଚନା ଦେଇଛନ୍ତି ।
ଭଣ୍ଡାରିପୋଖରୀ ବ୍ଲକରୁ ୧୬୪ ଜଣ , ତିହିଡି ବ୍ଲକ ରୁ ୪୫୪ ଜଣ, ଧାମନଗର ବ୍ଲକରୁ ୩୭୪୯୯ ଜଣଙ୍କୁ ମିଶାଇ ସମୁଦାୟ ୩୮୧୧୭ଙ୍କୁ ବନ୍ୟା ଘେର ରୁ ସ୍ଥାନାନ୍ତର କରାଯାଇଛି । ସେହିପରି ଜିଲ୍ଲାର ୩ ବ୍ଲକର ୬୧ ପଞ୍ଚାୟତ ପ୍ରଭାବିତ ହୋଇଛି । ୩୨୬ ଗାଁ ଜଳ ଘେରରେ ରଖିଥିବା ବେଳେ ସମୁଦାୟ ୧ ଲକ୍ଷ ୮୧ ହଜାର ୬ ଶହ ୬୭ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି ।
Powered by Froala Editor