ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ବାଇକ୍, ଦୁଇ ମୃତ
ମାଲକାନଗିରି: ଛିଡା ହୋଇଥିବା ଟ୍ରକକୁ ପିଟିଲା ବାଇକ । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ମୃତ । ମାଲକାନଗିରି ଜିଲ୍ଲା ଜିଲ୍ଲା ପାଙ୍ଗାମ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଦୁର୍ଘଟଣା ।
ମୃତ ଦୁଇ ଜଣଙ୍କ ଘର ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ବୋଲି ଜଣା ପଡ଼ିଛି । ଦୁଇ ଜଣ ମାଥିଲିରୁ ନିଜ ଘରକୁ ଫେରିବା ସମୟରେ ପାଙ୍ଗାମ ଢ଼ାବା ନିକଟରେ ଘଟିଲା ଦୁର୍ଘଟଣା । ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକୁ ଭାରସାମ୍ୟ ହରାଇ ପିଟିଛି ବାଇକ୍ । ଯାହାଫଳରେ ବାଇକ୍ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ଅଛନ୍ତି ଡିଭିଏଫ ଯବାନ ସୁନୀଲ କୁମାର ରାଓ ଏବଂ ଅନ୍ୟ ଜଣେ ମୃତକ ହେ ରାଜେଶ କୁମାର ଭୂମିଆ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor