ହଜିଥିବା ସ୍ୱାମୀ ଭାବି ଏହି ବ୍ୟକ୍ତିଙ୍କୁ ଘରକୁ ନେଇଗଲେ ମହିଳା, ହେଲେ...
ହଜିଯାଇଥିବା ସ୍ୱାମୀକୁ ପାଖରେ ପାଇ ଖୁସି ଦ୍ୱିଗୁଣ ହୋଇଯାଇଥିଲା । ହେଲେ ଏହି ଖୁସି ବେଶୀ ସମୟ ରହିଲାନି । ଯାହାକୁ ସ୍ୱାମୀ ବୋଲି ଘରକୁ ଆଣିଥିଲେ ମହିଳା ସେ ଆଉ କିଏ ବୋଲି ଜାଣିବା ପରେ ଦୁଃଖୀ ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ବାଲିଆରେ ।
ଶୁକ୍ରବାର ବାଲିଆ ଜିଲ୍ଲା ଡାକ୍ତରଖାନାରେ ଜଣେ ମହିଳା ଜାନକୀ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଦେଖିଥିଲେ ଯାହାକୁ ସେ ଦଶ ବର୍ଷ ପୂର୍ବେ ହଜିଯାଇଥିବା ସ୍ୱାମୀ ମୋତିଚାନ୍ଦ ବୋଲି ଭାବି ଘରକୁ ଆଣିଥିଲେ। କିନ୍ତୁ ପରେ ଯେତେବେଳେ ମୋତିଚାନ୍ଦଙ୍କ ଶରିରରେ ଥିବା ଚିହ୍ନ ଦେଖିବାକୁ ମିଳି ନଥିଲା। ଏହା ପରେ ଜନକୀ ସନ୍ଦେହ ବ୍ୟକ୍ତ କରିଥିଲେ । ତା'ପରେ ଯେତେବେଳେ ସେହି ବ୍ୟକ୍ତିଙ୍କ ବିଷୟରେ ଖବର ସଂଗ୍ରହ କରିବାକୁ କରାଗଲା, ତାଙ୍କୁ ନାଗର ପୋଲିସ ଷ୍ଟେସନ ଅଞ୍ଚଳର ରାହୁଲ ବୋଲି ଜଣା ପଡିଥିଲା। ଏହା ପରେ ଗାଁର ମୁଖ୍ୟ ଏବଂ କିଛି ଲୋକ ରାହୁଲଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ରାହୁଲଙ୍କ ପରିବାର ସଦସ୍ୟଙ୍କୁ ଡାକି ସେମାନଙ୍କୁ ହସ୍ତାନ୍ତର କରିଥିଲେ।
ଜାନକୀ ଏହି ଘଟଣା ବିଷୟରେ କହିଛନ୍ତି ଯେ ଯେତେବେଳେ ସେ ତାଙ୍କୁ ଘରକୁ ଆଣିଥିଲେ ସେ ସମୟରେ ସେ ତାଙ୍କୁ ସ୍ୱାମୀ ବୋଲି ଭାବିଥିଲେ କିନ୍ତୁ ଯେତେବେଳେ ସେ ଏହି ଚିହ୍ନ ଦେଖିଲେ ସେତେବେଳେ ଚିହ୍ନଟି ମିଳିଲା ନାହିଁ। ଏହାପରେ ନିଜର ଭୁଲ୍ ପାଇଁ କ୍ଷମା ମାଗିଥିଲେ। ରାହୁଲଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ରାହୁଲ ପ୍ରାୟ ଏକ ମାସ ପୂର୍ବରୁ ଘରୁ ଚାଲି ଯାଇଥିଲେ ।
Powered by Froala Editor