ରାମ ମନ୍ଦିର ଉଦ୍ଘାଟନ ଦେଖିବାକୁ ଏବେଠୁ ବୁକିଂ

ଅଯୋଧ୍ୟାରେ ୨୦୨୪ ଜାନୁୟାରୀରେ ରାମ ମନ୍ଦିର ଉଦଘାଟନ ହେବାର ସମ୍ଭାବନା ରହିଛି। ନିର୍ମାଣ ଚାଲିଥିବା ଭବ୍ୟ ମନ୍ଦିରକୁ ନେଇ ଏବେ ଠାରୁ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏଯାଏ ମନ୍ଦିର କମିଟି କିମ୍ବା ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ତାରିଖ ଘୋଷଣା କରାଯାଇ ନାହିଁ।
କିନ୍ତୁ ଲୋକଙ୍କ ଆଶା ଯେ ୨୦୨୪ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଏବେ ଠାରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳା ବୁକିଂ କରିବା ଆରମ୍ଭ କରିଦେଇଛନ୍ତି। ଅଯୋଧ୍ୟାରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲର ମାଲିକ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି ଯେ ଅଧିକାଂଶ ଅନୁରୋଧ ଟ୍ରାଭେଲ ଏଜେଣ୍ଟମାନଙ୍କଠାରୁ ଆସିଛି, ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର ସମ୍ଭାବନା ଥିବାରୁ ତାଙ୍କୁ ଭେଟିବାକୁ ଥିବା ଭକ୍ତ ରୁମ ଧରିଛନ୍ତି। ଦିନକୁ ଦିନ ବୁକିଂ ପାଇଁ ଲୋକଙ୍କ ଚାହିଦା ବଢ଼ିବାରେ ଲାଗିଛି।
ମନ୍ଦିର ଟ୍ରଷ୍ଟ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇ ଯାଇସାରିଛି ବୋଲି କହିବା ପରେ ଅଯୋଧ୍ୟା ବାହାରେ ରହିଥିବା ଶ୍ରଦ୍ଧାଳୁଙ୍କ ମନରେ ରାମ ମନ୍ଦିରକୁ ନେଇ ଉତ୍କଣ୍ଠା ବଢ଼ି ଯାଇଛି।
Powered by Froala Editor