କଂଗ୍ରେସ ଏବଂ ଆପ୍ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି ରହିଛି । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି ହୋଇଛି । କଂଗ୍ରେସ ଏହାର ସାଂସଦମାନଙ୍କୁ ହ୍ୱିପ୍ ଜାରି ଆଜି ରାଜ୍ୟସଭାରେ ହାଜର ହେବାକୁ କହିଛି । ସେହିପରି ଆପ୍ ମଧ୍ୟ ଦଳର ସମସ୍ତ ରାଜ୍ୟସଭା ସାଂସଦ ଜୁଲାଇ ୨୭ ଓ ୨୮ ତାରିଖରେ ରାଜ୍ୟସଭାରେ ଉପସ୍ଥିତ ରହିବାପାଇଁ ଆପ୍ ହ୍ୱିପ୍ ଜାରି କରିଛି । ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସମସ୍ତ ସାଂସଦ ଆଜି କଳା ପୋଷାକ ପରିଧାନ କରି ସଂସଦ ଆସିବେ ।
ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରି ବିରୋଧୀ ସାଂସଦମାନେ କଳା ପୋଷାକ ପରିଧାନ କରିବେ । ସେପଟେ ଗତକାଲି ସଂଧ୍ୟାରେ ବିରୋଧୀ ଦଳର ସାଂସଦ ଏକାଠି ହୋଇ ମଣିପୁର ଲୋକଙ୍କ ସମର୍ଥନରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁ ପ୍ରସଙ୍ଗରେ ଗୃହରେ ପ୍ରତିକ୍ରିୟା ରଖନ୍ତୁ ବୋଲି ବିରୋଧୀ ସାଂସଦମାନେ ଜିଦ୍ରେ ଅଟଳ ରହିଛନ୍ତି । ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଗତକାଲି ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା । ତେବେ ପ୍ରବଳ ବିରୋଧ ଏବଂ ହଟ୍ଟଗୋଳ ଭିତରେ ବି ଲୋକସଭାରେ ଗତକାଲି ୬ଟି ବିଲ୍ ଆଗତ ହୋଇଛି ।
Powered by Froala Editor