Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ...

  • ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ...

  • ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ...

  • ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ...

  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ...

  • ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ...

  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ...

  • ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଗ୍ରୀସର ଜଙ୍ଗଲରେ ଲାଗିଛି ନିଆଁ, ୨୫୦୦ ପର୍ଯ୍ୟଟକ ଉଦ୍ଧାର, ୩୦ ହଜାର ଲୋକ ସ୍ଥାନାନ୍ତର

ଗ୍ରୀସର ଜଙ୍ଗଲରେ ଲାଗିଛି ନିଆଁ, ୨୫୦୦ ପର୍ଯ୍ୟଟକ ଉଦ୍ଧାର, ୩୦ ହଜାର ଲୋକ ସ୍ଥାନାନ୍ତର

2023-07-25 07:22:45
15647
Share:
Facebook
Twitter
E-Mail
WhatsApp
Telegram
ଗ୍ରୀସର ଜଙ୍ଗଲରେ ଲାଗିଛି ନିଆଁ, ୨୫୦୦ ପର୍ଯ୍ୟଟକ ଉଦ୍ଧାର, ୩୦ ହଜାର ଲୋକ ସ୍ଥାନାନ୍ତର

ଏଥେନ୍ସ : ଗ୍ରୀସର ଜଙ୍ଗଲରେ ଲାଗିଛି ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ସମଗ୍ର ଗ୍ରୀସ୍‌ର ବାଦଲରେ ଘୋଟି ଯାଇଛି କଳା ଧୂଆଁ। ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯେ, ପାଖପାଖ ଜନବହୁଳ ଅଞ୍ଚଳକୁ ନିଆଁ ଗ୍ରାସି ସାରିଛି। ଫଳରେ ଗ୍ରୀସର କୋର୍ଫ୍ୟୁ ରୋଡ୍ସ ଦ୍ବୀପରେ ଜରୁରୀ ଅବସ୍ଥା ଲାଗୁ କରାଯାଇଛି। ଗ୍ରୀସ ରୋଡ୍ସର ଅଧିକାରୀ କହିଛନ୍ତି ଯେ, ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବିପଦରେ ଥିବା ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିସହ କୋର୍ଫ୍ୟୁ ଦ୍ବୀପରୁ ୨୫୦୦ ପର୍ଯ୍ୟଟକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

କୋର୍ଫ୍ୟୁ ଦ୍ବୀପର ଉତ୍ତର ଦିଗକୁ ନିଆଁ ବ୍ୟାପିବାରେ ଲାଗିଛି। ତେବେ ଏ ପର୍ଯ୍ୟନ୍ତ କୌଣସି ହୋଟେଲ୍ କିମ୍ବା ଘର ଏଥିରେ କ୍ଷତିଗ୍ରସ୍ତ ହୋଇ ନାହିଁ। କୋର୍ଫ୍ୟୁ ଗ୍ରୀସର ନୂଆ ଦ୍ବୀପ ଯେଉଁଠି ଉଦ୍ଧାର କାର୍ଯ୍ୟ ଚଲାଇବାକୁ ଆଦେଶ ଦିଆଯାଇଛି। ସେଠାକାର ଅବସ୍ଥା ବହୁତ ଗମ୍ଭୀର ରହିଛି। ଅନ୍ୟପକ୍ଷେ ରୋଡ୍ସ ଗ୍ରୀସର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ଏଠାରେ ବିଶେଷ କରି ବ୍ରିଟିଶ, ଜର୍ମାନ ଏବଂ ଫ୍ରାନ୍ସ ପର୍ଯ୍ୟଟକ ଛୁଟି ସମୟ ବିତାଇବାକୁ ଆସନ୍ତି। ଅଗ୍ନିକାଣ୍ଡ କାରଣରୁ ରୋଡ୍ସର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଳି ପାଉଁଶ ହୋଇ ଯାଇଛି। ଏ ପର୍ଯ୍ୟନ୍ତ ୩୫ ବର୍ଗ କିଲୋମିଟର ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇ ଯାଇଛି। ନିଆଁ ୭୯ଟି ସ୍ଥାନରେ ଲାଗିଛି ଏବଂ ଏହାକୁ ଆୟତ୍ତ କରିବା ପାଇଁ ୫ ହେଲିକପ୍ଟର ଏବଂ ୧୭୪ ଫାୟର ଫାଇଟର୍ସଙ୍କୁ ନିୟୋଜିତ କରାଯାଇଛି। ଅଗ୍ନିକାଣ୍ଡ ରୋଡ୍ସ ଦ୍ବୀପ ସହ କୋର୍ଫ୍ୟୁ ଦ୍ବୀପକୁ ମଧ୍ୟ ବ୍ୟାପି ଯାଇଛି। ମଧ୍ୟ ଗ୍ରୀସର ପୂର୍ବତଟରେ ସ୍ଥିତ ଦ୍ବିତୀୟ ସବୁଠୁ ବଡ଼ ଦ୍ବୀପ ଇଭିଆରେ ମଧ୍ୟ ନିଆଁ ଲାଗିଛି। ରୋଡ୍ସରେ ଗୋଟିଏ ସପ୍ତାହ ହେବ ନିଆଁ ଲାଗି ରହିଛି। ଘଣ୍ଟା ପ୍ରତି ୪୯ କିମି ବେଗରେ ପବନ ବହୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଛି। ଗ୍ରୀକ ପୁଲିସର ମୁଖପାତ୍ର କନଷ୍ଟେଟିଆ ଡିମୋଗ୍ଲିଲଡୋ କହିଛନ୍ତି, ଏହା ଗ୍ରୀସରେ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ଉଦ୍ଧାରକାର୍ଯ୍ୟ। ପୁଲିସ କହିଛି, ୧୬ ହଜାର ଲୋକଙ୍କୁ ସ୍ଥଳଭାଗରେ ଏବଂ ୩ ହଜାର ଲୋକଙ୍କୁ ସମୁଦ୍ର ରାସ୍ତା ଦେଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବାକି ଲୋକ ସଡ଼କ ମାର୍ଗ ଦେଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି।
କିଛିଦିନ ତଳେ ଆମାଜନ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୩,୭୫୦ ବର୍ଗ କିଲୋମିଟର ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ଶୁଖିଲା ପାଗ ଯୋଗୁ ପ୍ରତିବର୍ଷ ମେ ଓ ଜୁନ୍‌ରେ ସ୍ୱାଭାବିକ ଭାବେ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଥାଏ; କିନ୍ତୁ ଏଥର ବର୍ଷ ଆରମ୍ଭରୁ ତାହା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଉପୁଜିଲେ ଜଙ୍ଗଲ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ମେ ମାସରେ ଆମାଜନର ୨,୨୮୭ ସ୍ଥାନରେ ନିଆଁ ଲାଗିଥିଲା। ୨୦୦୪ ପରଠାରୁ ଏହି ସଂଖ୍ୟା ସର୍ବାଧିକ । ୨୦୧୯ରେ ବ୍ରାଜିଲ୍‌ର ରାଷ୍ଟ୍ରପତି ଭାବେ ଜୈର ବୋଲସୋନାରୋ କ୍ଷମତାକୁ ଆସିଥିଲେ। ପୂର୍ବରୁ ପରିବେଶ ସୁରକ୍ଷା ପାଇଁ ଯେଉଁ ଅଭିଯାନ ଜାରି ରହିଥିଲା, ତାହା ଦୁର୍ବଳ ପଡ଼ିଯାଇଥିଲା। ବୋଲସୋନାରୋ ଜଙ୍ଗଲର ସୁରକ୍ଷା ପରିବର୍ତ୍ତେ ରାଜସ୍ୱ ଆୟ ପାଇଁ ଜଙ୍ଗଲ ପଦା କରିବାକୁ ସେ ଉତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଜଙ୍ଗଲ ସଫା କରି ଚାଷକୁ ସମୃଦ୍ଧ ପାଇଁ ସେ ଜୋର ଦେଉଛନ୍ତି। ଏହାଦ୍ୱାରା ଆମାଜନ୍‌ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ ବୋଲି ତାଙ୍କ ଯୁକ୍ତି। ସେ ଜଙ୍ଗଲ ଅଞ୍ଚଳରେ ବାଣିଜ୍ୟିକ ଖନନ ଓ ଚାଷକୁ ପ୍ରୋତ୍ସାହିତ କରିଥିଲେ। ବୋଲସୋନାରୋଙ୍କ ଏଭଳି କାର୍ଯ୍ୟ ମାନବତା ପ୍ରତି ଘୋର ଅପରାଧ ବୋଲି ଜଙ୍ଗଲପ୍ରେମୀମାନେ ଦର୍ଶାଇଛନ୍ତି।

Powered by Froala Editor

Tags Fire

Related articles Odisha News Lens 4.1

  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

    15483
    May 07, 2026
  • ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା
    ଦେଶ-ଦେଶାନ୍ତର

    ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

    15353
    May 07, 2026
  • ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ
    ମନୋରଞ୍ଜନ

    ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ

    15473
    May 07, 2026
  • ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ...
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ...

    13677
    May 07, 2026
  • ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ଏକ୍ସ ଡିପିରେ ସେନାକୁ ସଲାମ
    ଦେଶ-ଦେଶାନ୍ତର

    ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ଏକ୍ସ ଡିପିରେ ସେନାକୁ ସଲାମ

    15236
    May 07, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା
    ବିଶେଷ

    ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    13809
    May 07, 2026
  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ...
    ଦେଶ-ଦେଶାନ୍ତର

    ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ...

    15126
    May 07, 2026
  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ...

    13542
    May 07, 2026
  • ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌
    ଜିଲ୍ଲା ପରିକ୍ରମା

    ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌

    15378
    May 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

    15353
    May 07, 2026
  • ମନୋରଞ୍ଜନ

    ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ

    15473
    May 07, 2026
  • ଜିଲ୍ଲା ପରିକ୍ରମା

    ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌

    15378
    May 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17459
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17509
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17866
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16341
    Apr 03, 2021

ବିଶେଷ

  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    13809
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    14980
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15100
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13891
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14116
    May 01, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15381
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15116
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15614
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13931
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

    15483
    May 07, 2026
  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ

    13542
    May 07, 2026
  • ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌

    15378
    May 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In