୮.୧୫ ପ୍ରତିଶତ ବଢିଲା EPFO ସୁଧ ରାଶି
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଅଧୀନରେ ଆକାଉଣ୍ଟ ଖୋଲିଥିବା ଦେଶର ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ସରକାର ବଡ଼ ଉପହାର ଦେଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ଫଳରେ କର୍ମଚାରୀମାନେ ଲାଭ ପାଇପାରିବେ । ଗତବର୍ଷ EPFO ସୁଧହାର ୮.୧୦ ପ୍ରତିଶତକୁ ହ୍ରାସ ପାଇଥିଲା । ବର୍ତ୍ତମାନ ଏହାକୁ ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
ସରକାର ସୋମବାର ଏକ ନିର୍ଦ୍ଦେଶନାମା ଜାରି କରି ଘୋଷଣା କରିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ଅଧିକ ସୁଧ ଦିଆଯିବ ।
ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଧାରା ୬୦(୧) ଆଧାରରେ ଗୃହୀତ ହୋଇଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସରକାରଙ୍କ ଅନୁମୋଦନ ମିଳିବା ପରେ କର୍ମଚାରୀଙ୍କ EPFO ଖାତାରେ ସୁଧ ରାଶି ଜମାହେବ । ୨୦୨୨-୨୩ ବର୍ଷ ପାଇଁ ଲାଗୁ ହୋଇଥିବା ଏହି ସୁଧ ୬ କୋଟିରୁ ଅଧିକ କର୍ମଚାରୀ ଲାଭ ପାଇବେ ବୋଲି ଜଣାପଡିଛି ।
Powered by Froala Editor