ସ୍ତ୍ରୀ ଓ ପୁତୁରାଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ବରିଷ୍ଠ ପୁଲିସ ଅଧିକାରୀ

ପୁଣେ: ମହାରାଷ୍ଟ୍ର ରାଜ୍ୟର ପୁଣେ ସହରରେ ଗତ ରାତିରେ ଜଣେ ୫୭ ବର୍ଷିୟ ସହକାରୀ ପୁଲିସ କମିସନର୍ (ଏସିପି) ତାଙ୍କ ସ୍ତ୍ରୀ ଓ ପୁତୁରାଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜେ ଗୁଳି ମାରିହୋଇ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ଅମରାବତୀରେ ‘ଏସିପି’ ଭାବେ ନିଯୁକ୍ତ ହୋଇଥିବା ଗାଏକ୍ୱାଡ୍ ଘରକୁ ଆସିଥିଲେ। ଗତ ରାତି ପ୍ରାୟ ୩.୩୦ରେ ‘ଏସିପି’ ପ୍ରଥମେ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ଗୁଳି ମାରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ତାଙ୍କ ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲି ପକାଇଲେ। ସେମାନେ କବାଟ ଖୋଲିବାକ୍ଷଣି ‘ଏସିପି’ ତାଙ୍କ ପୁତୁରାକୁ ଗୁଳି ମାରିଲେ। ଗୁଳି ପୁତୁରାଙ୍କ ଛାତିରେ ବିଦ୍ଧ ହୋଇଗଲା। ପରେ ଗାଏକ୍ୱାଡ଼ ନିଜ ମୁଣ୍ଡରେ ଗୁଳି ମାରି ଆତ୍ମହତ୍ୟା କଲେ। ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ‘ଏସିପି’ଙ୍କ ସ୍ତ୍ରୀ ହେଉଛନ୍ତି ୪୪ ବର୍ଷୀୟ ମୋନି ଗାଏକ୍ୱାର୍ଡ ଓ ପୁତୁରା ହେଉଛନ୍ତି ୩୫ ବର୍ଷିୟ ଦୀପକ। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କଥା ପୁଲିସ କହିଛି।
Powered by Froala Editor