ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ ପରେ ଜ୍ୟୋତିଙ୍କ ଶାଶୁଘର ଲୋକଙ୍କ ଚିନ୍ତା ବଢ଼ିଲା

ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଯାଆ ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ ପରେ ଜ୍ୟୋତିଙ୍କ ଶାଶୁଘର ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଏହି ଅଭିଯୋଗକୁ କେନ୍ଦ୍ର କଲେ ଜ୍ୟୋତିଙ୍କ ସ୍ବାମୀ ଆଲୋକ ଅସୁବିଧାରେ ପଡ଼ି ପାରନ୍ତି ବୋଲି କୁହାଯାଉଛି। ଶୁଭ୍ରା ମୌର୍ଯ୍ୟ ଅଭିଯୋଗ କରିଛନ୍ତି କି, ମୋର ସ୍ବାମୀ ବିବାହ ସମୟରେ କହିଥିଲେ ସେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଅଧିକାରୀ ଅଛନ୍ତି। କିନ୍ତୁ ପରେ ଜଣାପଡ଼ିଲା କି ସେ ମିଛ କହିଛନ୍ତି। ବାସ୍ତବରେ ସେ ଜିଏସଟି ବିଭାଗରେ ଷ୍ଟେନୋଗ୍ରାଫର ପଦରେ ପ୍ରୟାଗରାଜରେ ନିୟୋଜିତ ଅଛନ୍ତି।
ଏହା ସହିତ ସେ ଆହୁରି କହିଛନ୍ତି ଯେ, ମୁଁ ଯୌତୁକ ବାବଦକୁ ୫ଲକ୍ଷ ନଗଦ ଟଙ୍କା, ୫ଲକ୍ଷର ଗହଣା ଓ କାର ସମେତ ଅନେକ ଜିନିଷ ପତ୍ର ଆଣିଥିଲି। ବିବାହ ପରେ ମୋତେ ଯୌତୁକ ପାଇଁ ଶାଶୁଘର ଲୋକ ବହୁତ ହଇରାଣ କରିଛନ୍ତି। ଏମିତି କି ଟଙ୍କା ପାଇଁ ମୋତେ ମାଡ଼ ବି ମାରିଛନ୍ତି। ଅନେକ ଥର ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ ହେଁ ମାମଲା ରୁଜୁ ହୋଇ ପାରି ନଥିଲା। କିନ୍ତୁ ଜ୍ୟୋତିଙ୍କ ମାମଲା ପରେ ଶୁଭ୍ରା ସାହାସର ସହ ଆଗକୁ ଆସିପାରିଛନ୍ତି ବୋଲି କହିଛନ୍ତି ।
Powered by Froala Editor