ଫିଟ୍ ରହିବାର ମନ୍ତ୍ର ଦେଲେ ହ୍ରିତିକଙ୍କ ଫିଟନେସ ଟ୍ରେନର
ହ୍ରିତିକ ରୋଶନ ମୋଷ୍ଟ ହ୍ୟାଣ୍ଡସମ ମାନଙ୍କ ଭିତରେ ଗଣାଯାନ୍ତି । ହେଲେ ଜାଣିଛନ୍ତି ତାଙ୍କ ଫିଟନେସ ଟ୍ରେନର କିଏ? ସେ ହେଉଛନ୍ତି ପ୍ରସାଦ ନନ୍ଦକିଶୋର ସିର୍କେ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ କିଛି ଟିପ୍ସ ଦେଇଛନ୍ତି । ସିର୍କେଙ୍କ କହିବା ଅନଯାୟୀ କାହାକୁ କେତେ ପାଦ ଚାଲିବା ଆବଶ୍ୟକ ତାହା ଭିନ୍ନ ଲୋକ ଅନୁସାରେ ଭିନ୍ନ ମାପଦଣ୍ଡ ରହିଛି।
ଓଜନ କମ୍ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତି ୧ ଘଣ୍ଟା ମଧ୍ୟରେ ୫ ମିନିଟ୍ ଚାଲିବା ଆବଶ୍ୟକ। ମାନେ ଯଦି ଜଣେ ବ୍ୟକ୍ତି ୮ ଘଣ୍ଟା ଶୋଉଛନ୍ତି ତ ଆଉ ୧୬ ଘଣ୍ଟା ମଧ୍ୟରେ ତାଙ୍କୁ ୮୦ ମିନିଟ୍ ଚାଲିବା ଆବଶ୍ୟକ। ଏହି ସମୟ ଭିତରେ କିଏ କେତେ ପାଦ ଚାଲିବ, କାହାର ଗତି କେତେ ତାହା ସେ ବ୍ୟକ୍ତିର ଫିଟ୍ନେସ୍ ସ୍ତର ଉପରେ ନିର୍ଭର କରେ ବୋଲି ସେ କହନ୍ତି।
ଏବେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ଚାହାନ୍ତି। ଏକଥା ସମସ୍ତେ ଜାଣନ୍ତି ଯେ ନିଜକୁ ଫିଟ୍ ରଖିବାର ସବୁଠାରୁ ଭଲ ମାଧ୍ୟମ ହେଉଛି ଚାଲିବା। ତେବେ ପ୍ରସାଦଙ୍କ ଏହି ଟିପ୍ସ ସମସ୍ତଙ୍କ କାମରେ ଲାଗିବ ବୋଲି କହିଛନ୍ତି ।
Powered by Froala Editor