କୁନୋରେ ପୁଣି ଏକ ଚିତାର ମୃତ୍ୟୁ, ବେକରେ ଥିଲା ଗଭୀର କ୍ଷତ
କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତା’ ନାଁ ତେଜସ। ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଗତ ୫ ମାସରେ ୭ଟି ଚିତାର ମୃତ୍ୟୁ ଘଟିଛି। ତେଜସ ପୂର୍ବରୁ ୩ଟି ଚିତା ବାଘ ଓ ୩ଟି ଚିତା ଶାବକଙ୍କର ମୃତ୍ୟୁ ଘଟିଥିଲା।
କୁହାଯାଉଛି ଯେ, ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍, ଯାହା ପରେ ଚିତାର ଚିକିତ୍ସା କରାଯାଇଥିଲା। କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାବାଘର ଜୀବନ ବଞ୍ଚାଯାଇପାରି ନାହିଁ। ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା ବୋଲି କୁହାଯାଉଛି।
ବେକର ଉପର ପାର୍ଶ୍ୱରେ କ୍ଷତ ଚିହ୍ନ ଦେଖିଥିଲେ ମନିଟରିଂ ଟିମ୍। ସେମାନେ ତୁରନ୍ତ ଏ ସଂପର୍କରେ ପ୍ରାଣୀଧନ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ। ସେମାନେ ପହଞ୍ଚି ତେଜସକୁ ଯାଞ୍ଚ କରିଥିଲେ। ତା’ ବେକରେ ଲାଗିଥିବା କ୍ଷତ ବେଶ୍ ଗଭୀର ଥିଲା। ସେମାନେ ବାଘଟିର ଚିକିତ୍ସା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅପରାହ୍ନ ପ୍ରାୟ ୨ଟା ବେଳେ ଚିତା ବାଘଟିର ମୃତ୍ୟୁ ହୋଇଯାଇଥିଲା।
ଉଲ୍ଲେଖଯୋଗ୍ୟ, ଭାରତରେ ଚିତା ଲୋପ ପାଇଥିବା ବେଳେ ଅଫ୍ରିକାର ନାମିବ୍ୟାରୁ ଭାରତକୁ ୮ଟି ଚିତବାଘଙ୍କୁ ଅଣାଯାଇଥିଲା।
Powered by Froala Editor