ରାଜ୍ୟସଭା ନିର୍ବାଚନ:ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କଲେ ଏସ୍. ଜୟଶଙ୍କର
ଗାନ୍ଧୀନଗର: ରାଜ୍ୟସଭା ନିର୍ବାଚନ ପାଇଁ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ସେ ରିଟର୍ଣ୍ଣିଂ ଅଫିସର ରିତା ମେହତାଙ୍କୁ ତାଙ୍କର ନାମାଙ୍କନ ପତ୍ର ଦେଇଛନ୍ତି।ଏହି ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ୍ଙ୍କ ସମେତ ଦଳର କିଛି ନେତା ଜୟଶଙ୍କର ସହ ଯାଇଥିଲେ। ରାଜ୍ୟସଭା ପାଇଁ ନାମାନଙ୍କନ ପତ୍ର ଦାଖଲ ତାରିଖ ଜୁଲାଇ ୧୩ ତାରିଖ ହୋଇଥିବା ବେଳେ ପ୍ରତ୍ୟାହାର ତାରିଖ ଜୁଲାଇ ୧୭ ରଖାଯାଇଛି। ସେହିପରି ଆବଶ୍ୟକ ପଡ଼ିଲେ ଜୁଲାଇ ୨୪ ରେ ନିର୍ବାଚନ କରାଯିବ ବୋଲି ସୂଚନା ମିଳିଛି। ଗତ ୪ ବର୍ଷ ତଳେ ମଧ୍ୟ ଜୟଶଙ୍କର ଗୁଜରାଟରୁ ହିଁ ପ୍ରଥମ କରି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ଏଥର ନାମାଙ୍କନ ପତ୍ର ଭରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୁଜରାଟର ସମସ୍ତ ବିଜେପି ନେତା ଓ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଏସ୍. ଜୟଶଙ୍କର। ଭାରତର ବିଦେଶ ନୀତିରେ ଅନେକ ପରିବର୍ତ୍ତନ ହୋଇଛି। ସେଥିରେ ମୁଁ ଯୋଗଦାନ ଦେଇ ଖୁସି ଅଛି। ଆଗକୁ ମଧ୍ୟ ଯେଉଁସବୁ ପରିବର୍ତ୍ତନ ହେବ ସେଥିରେ ଯୋଗ ଦେବାକୁ ମୋତେ ସୁଯୋଗ ମିଳିବ ବୋଲି ଏସ୍ୟ ଜୟଶଙ୍କର କହିଛନ୍ତି।
ସୂଚନା ଥାଉକି ଗୁଜରାଟର ୧୧ଟି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ପାଖରେ ୮ଟି ଆସନ ଥିବା ବେଳେ ବାକି ୩ କଂଗ୍ରେସ ପାଖରେ ରହିଛି। ବିଜେପି ପାଖରେ ଥିବା ୮ ଆସନ ମଧ୍ୟରୁ ଏସ.ଜୟଶଙ୍କର, ଜୁଗଳଜୀ ଠାକର ଓ ଦିନେଶ ଅନବଦ୍ୟଙ୍କର କାର୍ୟ୍ୟକାଳ ଅଗଷ୍ଟ ୧୮ ତାରିଖରେ ସରୁଛି। ଏହି ୩ ଆସନ ପାଇଁ ନିର୍ବାଚନ ହେବ।
Powered by Froala Editor