ବର୍ଷା ବିତ୍ପାତ : ହିମାଚଳରେ ଭାସିଗଲା ୪୦ ବର୍ଷର ବ୍ରିଜ୍

ଦେଶରେ ବର୍ଷା ଲାଗି ରହିଛି। ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି । ହିମାଚଳ ପ୍ରଦେଶ, ପଞ୍ଜାବରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। ଏହା ସହ ହିମାଚଳର ମଣ୍ଡିରେ ୪୦ବର୍ଷ ପୁରୁଣା ବ୍ରିଜ୍ ଧୋଇଯିବାର ଭିଡିଓ ଏବେ ସାମ୍ନାକୁ ଅସିଛି।
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାସ ନଦୀର ଜଳସ୍ତର ବଢିବା ସହ ଜନବସତି ଆଡକୁ ମାଡି ଆସିଛି ବନ୍ୟା ଜଳ । ଲୋକଙ୍କ ଘରେ ମଧ୍ୟ ପାଣିପଶି ଛାରଖାର ହୋଇଯାଇଛି । ଉଚ୍ଚସ୍ଥାନରେ ଥିବା ଲୋକଙ୍କ ଘର ମଧ୍ୟ ବନ୍ୟା ଜଳରୁ ସୁରକ୍ଷିତ ନାହାନ୍ତି । ବନ୍ୟାପାଣି ପ୍ରଖର ଗତିରେ ମାଡିବା ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି । ହଠାତ୍ ନଦୀର ପାଣି ପଶି ଆସିବାରୁ ଆଖପାଖରେ ଥିବା କାର, ଦୋକାନ ଏବଂ ଏଟିଏମ୍ ବୁଥ୍ ଭାସିଯାଇଥିବା ଦେଖିବାକୁ ମିଳିଛି ।
Powered by Froala Editor