ଦିଲ୍ଲୀରେ ଭାରୀ ବର୍ଷା, ୪୧ ବର୍ଷର ରେକର୍ଡ ଭାଙ୍ଗିଲା

ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ଶନିବାର ଏବଂ ରବିବାର ଦିନ ପ୍ରବଳ ବର୍ଷା ହୋଇଥିବାର ଦେଖାଯାଇଛି।୨୪ଘଣ୍ଟା ମଧ୍ୟରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ୧୯୮୨ ପରଠାରୁ ଜୁଲାଇ ମାସରେ ଦିଲ୍ଲୀରେ ଏତେ ପରିମାଣରେ ବର୍ଷା ହୋଇନଥିଲା।
ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଛି । ରାସ୍ତା, ଗଳି କନ୍ଦି, ଅଣ୍ଡରପାସ ସବୁଠି ପାଣି ଜମି ରହିଛି। ସେହିପରି ସବୁ ବିଭାଗର ଅଧିକାରୀଙ୍କ ରବିବାର ଛୁଟି ବାତିଲ୍ କରିବା ସହ ସେମାନଙ୍କୁ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଜଳବନ୍ଦୀ ଅଞ୍ଚଳ ଅନୁଧ୍ୟାନ କରିବେ ସମସ୍ତ ମନ୍ତ୍ରୀ ଓ ମେୟର ।
କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ମଧ୍ୟରେ ବର୍ଷା ଯୋଗୁଁ ଉତ୍ତର ଭାରତରେ ୯ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ ଜାମ୍ମୁ କାଶ୍ମୀରକୁ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି।ଉତ୍ତର ଭାରତରେ ୨୦ଟି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିମଲାରେ ଭୂସ୍ଖଳନରେ ଘର ଭାଙ୍ଗି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି ।
Powered by Froala Editor