ଖଣ୍ଡ ଖଣ୍ଡ କରି ବ୍ରିଜ୍ କାଟିନେଲେ ଚୋର
ଏକ ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇର ମାଲଦା ବ୍ୟାକ୍ ଅଞ୍ଚଳରେ ଘଟିଛି। ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛନ୍ତି ଲୁଟେରା । ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।
ଗତ ବର୍ଷ ଜୁନ୍ ମାସରେ ଅଦାନୀ ଗ୍ରୁପ୍ ପକ୍ଷରୁ ମୁମ୍ବାଇର ନୁଲାହ ଅଞ୍ଚଳରେ ଉକ୍ତ ବ୍ରିଜ ସ୍ଥାପିତ କରାଯାଇଥିଲା। ଏହାପରେ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରାଯିବାରୁ ଉକ୍ତ ଲୁହା ବ୍ରିଜକୁ ସେଠାରୁ ହଟାଯାଇ ମାଲଦା ଅଞ୍ଚଳର ଏକ ଜନଶୂନ୍ୟ ଅଞ୍ଚଳରେ ରଖାଯାଇଥିଲା। ବ୍ରିଜଟି ନିଛାଟିଆ ଅଞ୍ଚଳରେ ଥିବା ଦେଖି ଅଭିଯୁକ୍ତମାନେ ଗ୍ୟାସ୍ କଟର ସାହାଯ୍ୟରେ ଲୁହା ବ୍ରିଜ୍କୁ ଛୋଟ ଛୋଟ ଖଣ୍ଡରେ କାଟି ଗାଡ଼ିରେ ଭର୍ତ୍ତି କରି ନେଇ ଯାଇଥିଲେ। ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ ଯେଉଁ ଗ୍ରୁପ୍କୁ ଠିକାଦାରୀ ଦିଆଯାଇଥିଲା, ଉକ୍ତ ଗ୍ରୁପ୍ର ଜଣେ ଚୋରି ଗ୍ୟାଙ୍ଗରେ ସାମିଲ ଥିବା ଜଣାଯାଇଛି। ପୁଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରି ୪ ଜଣଙ୍କୁ ଗିରଫ କରିଛି ।
Powered by Froala Editor