ଘରୋଇ କଳହ ନେଲା ଜୀବନ: ସ୍ତ୍ରୀକୁ କୋଡିରେ ହାଣିଲା ସ୍ୱାମୀ

ଜହ୍ନ।ପଙ୍କ : ଘରୋଇ କଳହ ନେଲା ଜୀବନ। ସ୍ତ୍ରୀକୁ କୋଡିରେ ହାଣି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। ହତ୍ୟା କରିବା ପରେ ଘରେ ରକ୍ତାକ୍ତ ମୃତଦେହ ଛାଡ଼ି ଫେରାର ହୋଇଗଲା ପତ୍ନୀହନ୍ତା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଗତବିଳମ୍ବିତ ରାତିରେ ବୌଦ୍ଧ ଥାନା ଜହ୍ନା ପଙ୍କ ଫାଣ୍ଡି ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତର ଚନ୍ଦ୍ରପୁର ଗାଁରେ ଘଟିଛି।
ଚନ୍ଦ୍ରପୁର ଗାଁର ପୂର୍ଣ୍ଣ ପ୍ରଧାନ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ରେ ସ୍ତ୍ରୀ କନକ ପ୍ରଧାନଙ୍କ ସହ ପାଟିତୁଣ୍ଡ ହୋଇ ଥିଲା। ତା ପରେ ପୂର୍ଣ୍ଣ ରାଗିଯାଇ ସ୍ତ୍ରୀ କନକକୁ ଜୋର୍ ପିଟିଥିଲେ ଏବଂ କୋଡିରେ ଆକ୍ରମଣ କରିଥିଲା। ଫଳରେ ସ୍ତ୍ରୀ କନକର ମୃତ୍ୟୁ ହୋଇଥିଲା। ପରେ ଘର ଭିତରେ ସ୍ତ୍ରୀର ମୃତଦେହ ରଖି ଦେଇ ଘରୁ ଫେରାର ମାରିଥିଲା ପତ୍ନୀହନ୍ତା । ଶନିବାର ସକାଳେ ଜନହାପଙ୍କ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି।
Powered by Froala Editor